ଆଜିର ତାପମାତ୍ରା- ଝାରସୁଗୁଡ଼ା ୪୪.୪ ଡିଗ୍ରୀ, ହୀରାକୁଦ ୪୪.୧, ସମ୍ବଲପୁର ୪୩.୬, ବଲାଙ୍ଗିର ୪୩.୫ ତାଳଚେର ୪୩.୧, ଅନୁଗୋଳ ୪୨.୭, ସୁନ୍ଦରଗଡ଼ ୪୨.୫, ଭବାନୀପାଟଣା ୪୨, ଭୁବନେଶ୍ୱର ୩୭.୩ ଓ କଟକ ୩୭.୫ ଡିଗ୍ରୀ

ଯାଜପୁର: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ଓ ପରିମଳ ବିଭାଗର ୨ ଯନ୍ତ୍ରୀ ନିଲମ୍ବିତ, ସେମାନେ ହେଲେ ଯାଜପୁର ବ୍ଲକର ସହକାରୀ ଯନ୍ତ୍ରୀ ବିଜୟାନନ୍ଦ ବିଶ୍ୱାଳ ଓ ଦାନଗଦି ବ୍ଲକର କନିଷ୍ଠ ଯନ୍ତ୍ରୀ ସୁମନ୍ତ ତ୍ରିପାଠୀ

ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ସଂଖ୍ୟା ୧୬କୁ ବୃଦ୍ଧି; ୧୬ଟି ଅଭିଯୋଗ ମଧ୍ୟରୁ ୨ଟି ଅଭିଯୋଗର ତଦନ୍ତ ଶେଷ, ୨ଟି ଯାକ ମୃତ୍ୟୁ ଅଂଶୁଘାତ ଜନିତ ନୁହେଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କଣ୍ଟ୍ରୋଲ ରୁମ୍ ପକ୍ଷରୁ ସୂଚନା

ଭୁବନେଶ୍ୱର କୋର୍ଟ ପରିସରରେ କଏଦୀଙ୍କ ଉନ୍ମତ୍ତକାଣ୍ଡ: କୋର୍ଟ ଭିତରେ ଓକିଲଙ୍କୁ ଗାଳିଗୁଲଜ, ମାରପିଟ; ଆକ୍ରମଣକାରୀ କଏଦୀଙ୍କ ନାଁ ଜିତେନ୍ଦ୍ର ବିଶ୍ୱାଳ, ଦୁଷ୍କର୍ମ ମାମଲାରେ ଗିରଫ ଜିତେନ୍ଦ୍ର ଜେଲରୁ କୋର୍ଟକୁ ଆସିଥିଲେ, କୋର୍ଟରେ ତାଙ୍କ ପକ୍ଷରୁ ଲଢ଼ୁଥିବା ଓକିଲଙ୍କୁ ଆକ୍ରମଣ କଲେ

କାଳବୈଶାଖୀ ବର୍ଷା, ପବନ, ବଜ୍ରପାତ ନେଇ ସତର୍କ ସୂଚନା: ୭ଟି ଜିଲ୍ଲାର ଲୋକଙ୍କୁ ସତର୍କ କଲା ପାଣିପାଗ ବିଭାଗ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ଗଜପତି, ଗଂଜାମ ଓ ନୟାଗଡ଼ ଜିଲ୍ଲାବାସୀ ସଂଧ୍ୟା ୭ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ