ଦାନ୍ତେୱାଡ଼ା: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ ଗ୍ରସ୍ତ କରିବା ଅବସରରେ ତାଙ୍କ ଉପସ୍ଥିତିରେ ଛତିଶଗଡ଼ ସରକାର ଓ ବିଭିନ୍ନ ସଂସ୍ଥା ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି।
ଏନଏମଡିସି, ଇରକୋନ ଏବଂ ସେଲ ସହ ରାଓଘାଟ ଏବଂ ଜଦଲପୁର ମଧ୍ୟରେ ୧୪୦ କିଲୋମିଟର ରେଳ ଲାଇନ ପ୍ରକଳ୍ପ ପାଇଁ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା। ଏହାର ବ୍ୟୟ ଅଟକଳ ରହିଛି ୨୦୦୦ କୋଟି।
ଇସ୍ପାତ ମନ୍ତ୍ରଣାଳୟ, ଛତିଶଗଡ଼ ସରକାର, ସେଲ ଏବଂ ଏନଏମଡିସି ମଧ୍ୟରେ ୩ ମିଲିୟନ କ୍ଷମତା ବିଶିଷ୍ଟ ଅଲଟ୍ରା ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏମଓୟୁ ହୋଇଥିଲା। ସେହିପରି ଛତିଶଗଡ଼ ସରକାର ଓ ଏନଏମଡିସି ମଧ୍ୟରେ ସ୍ଲରି ପାଇପ୍ ଲାଇନ ଏବଂ ୨ ଏମଟିପିଏ ପେଲେଟ୍ ପ୍ଲାଣ୍ଟ ପାଇଁ ଚୁକ୍ତି ହୋଇଥିଲା। ବସ୍ତାର ଜିଲ୍ଲାରେ ଏହି ପ୍ଲାଣ୍ଟ ପାଇଁ ୪,୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ସେହିପରି ବାଲୋଦ ଜିଲ୍ଲାର ଡାଥରାଜହରାରେ ୧ ଏମଟିପିଏର ଏକ ପେଲେଟ୍ ପ୍ଲାଣ୍ଟ୍ ପାଇଁ ଛତିଶଗଡ଼ ସରକାର ଓ ସେଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଏଥିପାଇଁ ୮୨୬ କୋଟି ଟଙ୍କା ନିବେଶ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ରେପୋ ରେଟ୍କୁ ଦ୍ୱିତୀୟ ଥର ପାଇଁ ହ୍ରାସ କଲା RBI, ସାଧାରଣ ଲୋକଙ୍କ ଉପରେ କି ପ୍ରଭାବ ପକାଇବ?
୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ୬.୫% ରହିବ।

Business
କିଛି ସେକେଣ୍ଡରେ ୨୦ ଲକ୍ଷ କୋଟି ସ୍ୱାହା, ଶେୟାର ବଜାରରେ ହାହାକାର: କାହିଁକି ଏମିତି ହେଉଛି?
୧୦ ମାସ ମଧ୍ୟରେ ଶେୟାର ମାର୍କେଟରେ କେବେ ବି ଏପରି କ୍ଷତି ଘଟଇ ନଥିଲା। ସେନସେକ୍ସ ଓ ନିଫ୍ଟୀ ହ୍ରାସ ପାଇବା ଯୋଗୁ ନିବେଶକମାନେ ଲକ୍ଷାଧିକ କୋଟିର କ୍ଷତି ସହିବାରେ ଲାଗିଛନ୍ତି।

National
ଉପକୂଳରେ ଚଳାଳଚ କରିବ ଜାହାଜ, ବିଲ୍ ଗୃହୀତ
ଲୋକସଭାରେ ଉପକୂଳ ଜାହାଜ ଚଳାଚଳ ବିଲ୍ ଗୃହୀତ ହୋଇଯାଇଛି। ଏହା ଉପକୂଳ ବାଣିଜ୍ୟ ପାଇଁ ଏକ ଉତ୍ସର୍ଗୀକୃତ ଆଇନଗତ ଢାଞ୍ଚା ପାଇଁ ପଥ ପରିଷ୍କାର କରିଛି।

Business
ଟ୍ରମ୍ପଙ୍କ ‘ମୁକ୍ତି ଦିବସ’ : ଟାରିଫ ବ୍ୟବସ୍ଥା ଦ୍ୱାରା ଭାରତର କେଉଁ ସବୁ ସେକ୍ଟର ପ୍ରଭାବିତ ହେବେ?
ୟୁରୋପୀୟ ୟୁନିୟନ ଠାରୁ ଆରମ୍ଭ କରି ଭାରତ, ଜାପାନ ଓ କାନାଡ଼ା ଭଳି ଦେଶ ଆମେରିକାର ଦ୍ରବ୍ୟଗୁଡ଼ିକ ଉପରେ ବିପୁଳ ପରିମାଣର ଟାରିଫ ଲଗାଉଛନ୍ତି।

Business
କ’ଣ ସେବା ଦେଇ ଗୁପ୍ତ ଭାବେ ଟଙ୍କା ନେଉଛି ବ୍ୟାଙ୍କ?
ଜଣେ ସଞ୍ଚୟ ଖାତାଧାରକ ହୁଅନ୍ତୁ କିମ୍ବା ଚାଲୁ ବା କରେଣ୍ଟ ଆକାଉଣ୍ଟଧାରୀ ହୁଅନ୍ତୁ, ସାଧାରଣ ବ୍ୟାଙ୍କ ଶୁଳ୍କ ସହିତ ଆପଣ ଅପଡେଟ୍ ରହିବା ଭଲ। ଏହା ଆପଣଙ୍କ ବ୍ୟାଙ୍କ ଅଭିଜ୍ଞତାରେ ଉନ୍ନତି ଆଣି ପାରିବ।