Advertisment

ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ୍ ସଂଯୋଗ ହୋଇଛି? ଚେକ୍ କରି ଜାଣିପାରିବେ

ବେଆଇନ୍ ସିମ୍ କାରବାର ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଆପଣ ଜାଣିପାରିବେ ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ୍ ସଂଯୋଗ ହୋଇଛି। ଯଦି ଆପଣଙ୍କ ଆଧାର କାର୍ଡରେ ସଂଯୋଗ ହୋଇଥିବା ସିମ୍ ଆପଣ ଅଜ୍ଞାତରେ ହୋଇଛି ବା ଆପଣଙ୍କର ଆବଶ୍ୟକତା ନାହିଁ ତାହେଲେ ଏହି ସିମକୁ ବ୍ଲକ କିମ୍ୱା ଡିଆକ୍ଟିଭ୍ କରିବାକୁ ଆବେଦନ କରିପାରିବେ। କେନ୍ଦ୍ର ସରକାର ଟେଲିକମ୍ ଆନାଲାୟଟିକ୍ସ ଫର ଫ୍ରଡ୍ ମ୍ୟାନେଜମେଣ୍ଟ ଆଣ୍ଡ କନଜ୍ୟୁମର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ୍ ସଂଯୋଗ ହୋଇଛି? ଚେକ୍ କରି ଜାଣିପାରିବେ

Mobile

ବେଆଇନ୍ ସିମ୍ କାରବାର ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଆପଣ ଜାଣିପାରିବେ ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ୍ ସଂଯୋଗ ହୋଇଛି। ଯଦି ଆପଣଙ୍କ ଆଧାର କାର୍ଡରେ ସଂଯୋଗ ହୋଇଥିବା ସିମ୍ ଆପଣ ଅଜ୍ଞାତରେ ହୋଇଛି ବା ଆପଣଙ୍କର ଆବଶ୍ୟକତା ନାହିଁ ତାହେଲେ ଏହି ସିମକୁ ବ୍ଲକ କିମ୍ୱା ଡିଆକ୍ଟିଭ୍ କରିବାକୁ ଆବେଦନ କରିପାରିବେ।

Advertisment

କେନ୍ଦ୍ର ସରକାର ଟେଲିକମ୍ ଆନାଲାୟଟିକ୍ସ ଫର ଫ୍ରଡ୍ ମ୍ୟାନେଜମେଣ୍ଟ ଆଣ୍ଡ କନଜ୍ୟୁମର ପ୍ରୋଟେକସନ (TAFCOP) ନାମରେ https://tafcop.dgtelecom.gov.in/index.php ଏକ ଓ୍ୱେବସାଇଟ୍ ତିଆରି କରିଛନ୍ତି। ଯେଉଁଥିରେ ପ୍ରତ୍ୟେକ ନାଗରିକ ଏବେ ପାଇଁ ମୋବାଇଲ୍ ନମ୍ୱର ଦେଇ ସବିଶେଷ ତଥ୍ୟ ଜାଣିପାରିବେ। ତେବେ ସରକାର ଏହାକୁ ପ୍ରାଥମିକ ଭାବରେ ଆରମ୍ଭ କରିଛନ୍ତି। ତେଣୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପାଇଁ ଏହା ଏବେ ପ୍ରଯୁଜ୍ୟ ରହିଛି।

ଏହି ଓ୍ୱେବସାଇଟରେ ଜଣେ ବ୍ୟକ୍ତି ନିଜ ନିଜ ମୋବାଇଲ ନମ୍ୱର ଦେଇ ଜାଣିପାରିବେ ଗୋଟିଏ ନାମରେ କେତୋଟି ମୋବାଇଲ୍ ସଂଯୋଗ ରହିଛି। ଓ୍ୱେବସାଇଟରେ କ୍ଲିକ କରି ମୋବାଇଲ୍ ନମ୍ୱର ଦେଇ ତଳେ ଥିବା ରିକ୍ୟୁଏଷ୍ଟ ଓଟିପିରେ କ୍ଲିକ କଲେ ଗୋଟିଏ ମେସେଜ ଆସିବ। ଏହି ମେସେଜରେ ଆସିଥିବା ଓଟିପିକୁ ସଂଯୋଗ କଲେ ଦେଖାଇବ ଗୋଟିଏ ନାଁରେ କେତୋଟି ସିମ୍ ସଂଯୋଗ ହୋଇଛି। ଏହାପରେ ତଳେ ଏକ ବିକଳ୍ପ ଦେବ ଯେଉଁଥିରେ ଜଣେ କେଉଁ ସିମକୁ ଡିଆକ୍ଟିଭ୍ କରିବାକୁ ଚାହୁଁଛନ୍ତି ଚିହ୍ନଟ କରିବାକୁ ସୁଯୋଗ ଦେବ। ଏହାପରେ ଆବଶ୍ୟକ ଅନୁଯାୟୀ ଚିହ୍ନଟ କରିବା ପରେ ଟିକେଟ୍ ଆଇଡି ନମ୍ୱର ଆସିବ। ଏହି ନମ୍ୱର ଜରିଆରେ ଜଣେ ଜାଣି ପାରିବେ ଡିଆକ୍ଟିଭ୍ କିମ୍ୱା ବ୍ଲକ କରିବାକୁ ହୋଇଥିବା ଆବେଦନର ଷ୍ଟାଟସ କ’ଣ ରହିଛି। ଡିଆକ୍ଟିଭ କରିବାକୁ ଆବେଦନ କରିବା ପରେ ଦୂରସଞ୍ଚାର ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।

Advertisment

ସୂଚନାଯୋଗ୍ୟ, ଜଣେ ସିମ୍ କିଣିବାକୁ ଗଲେ ଆଧାର କାର୍ଡ କିମ୍ୱା ଅନ୍ୟ କୌଣସି ପରିଚୟ ପତ୍ର ଦେଇ ନୂଆ ସିମ୍ ସଂଯୋଗ ନେଇଥାନ୍ତି। ହେଲେ ବଜାରରେ ଗ୍ରାହକଙ୍କ ଆଧାର କାର୍ଡକୁ କଳାବଜାରୀ କରି ଏକାଧିକ ସିମ୍ ସଂଯୋଗ କରିହୁଏ। ଏଭଳି ହେବା ଦ୍ୱାରା ଜଣେ ବ୍ୟକ୍ତିର ଅଜାଣତରେ ଆଉ ଜଣେ ତାର ନାମରେ ଥିବା ସିମକୁ ବ୍ୟବହାର କରି ଅପରାଧ କରୁଥିବାର ନଜିର ମଧ୍ୟ ରହିଛି। ତେଣୁ ଏସବୁକୁ ରୋକିବା ଦିଗରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।