ବ୍ରହ୍ମଗିରି: ଦେଡ଼ଶୁରର ମାଡ଼ରେ ଭାଇବୋହୂର ମୃତ୍ୟୁ ଅଭିଯୋଗ

ବ୍ରହ୍ମଗିରି: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡିପୁଟ ଗାଁରେ ଦେଡ଼ଶୁରର କାଠଫାଳିଆ ମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଚଣ୍ଡିପୁଟ ଗାଁର ସ୍ୱର୍ଗତ ଜଗନ୍ନାଥ ସ୍ୱାଇଁଙ୍କ ଦୁଇ ପୁଅ କୃଷ୍ଣଚନ୍ଦ୍ର ଓ ନବଘନଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନ ହେବ ବିବାଦ ରହିଥିଲା। ଶୁକ୍ରବାର ବିବାଦୀୟ ଜମିରେ କୃଷ୍ଣଚନ୍ଦ୍ର ବାଡ଼ ଘେରୁ ଥିଲେ। ଏହାକୁ ସାନଭାଇ ନବଘନ ବିରୋଧ କରିଥିଲେ। […]

brahmagiri

brahmagiri

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 04:54 AM IST

ବ୍ରହ୍ମଗିରି: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡିପୁଟ ଗାଁରେ ଦେଡ଼ଶୁରର କାଠଫାଳିଆ ମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଚଣ୍ଡିପୁଟ ଗାଁର ସ୍ୱର୍ଗତ ଜଗନ୍ନାଥ ସ୍ୱାଇଁଙ୍କ ଦୁଇ ପୁଅ କୃଷ୍ଣଚନ୍ଦ୍ର ଓ ନବଘନଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନ ହେବ ବିବାଦ ରହିଥିଲା। ଶୁକ୍ରବାର ବିବାଦୀୟ ଜମିରେ କୃଷ୍ଣଚନ୍ଦ୍ର ବାଡ଼ ଘେରୁ ଥିଲେ। ଏହାକୁ ସାନଭାଇ ନବଘନ ବିରୋଧ କରିଥିଲେ। ଫଳରେ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରେ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ସମୟରେ ନବଘନଙ୍କ ସ୍ତ୍ରୀ ବବିତା ସେମାନଙ୍କୁ ଛଡ଼ାଇବାକୁ ଆସିଥିଲେ। ତେବେ କୃଷ୍ଣଚନ୍ଦ୍ର ଏକ କାଠଫାଳିଆରେ ବବିତାଙ୍କ କାନ ପାଖରେ ଜୋରରେ ପ୍ରହାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାର ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବବିତାଙ୍କ ମୃତ୍ୟୁ ହୋଇଯାଇଛି। ଏହା ପରେ ଶନିବାର ଅପରାହ୍ନରେ ବବିତାଙ୍କ ସ୍ୱାମୀ ନବଘନ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଓ ତାଙ୍କ ପରିବାର ଲୋକେ ଫେରାର ହୋଇଯାଇଛନ୍ତି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story