ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା ଉତ୍କଟ

  ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପିଇବା ପାଣି ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି।  ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ଦୀର୍ଘ ୩୦ ବର୍ଷ ଧରି ସହରବାସୀ  ପିଇବା ପାଣି  ପାଇଁ ଡହଳ ବିକଳ ହେଉଛନ୍ତି। ଗ୍ରୀଷ୍ମ ଋତୁ ଆସିଲେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ଏନେଇ ସହରରେ ମୁଣ୍ଡ ଟେକୁଛି ଜନଆନ୍ଦୋଳନ।  ଖରାଦିନ ଆସିଲେ ବ୍ରହ୍ମପୁରବାସୀ ପାଣି ପାଇଁ ଚିନ୍ତାରେ ପଡୁଛନ୍ତି। ଏହି ଋତୁରେ ଜଳସ୍ତର […]

brahmapur

brahmapur

Rakesh Mallick
  • Published: Monday, 11 May 2015
  • Updated: 11 May 2015, 01:15 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପିଇବା ପାଣି ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି।  ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ଦୀର୍ଘ ୩୦ ବର୍ଷ ଧରି ସହରବାସୀ  ପିଇବା ପାଣି  ପାଇଁ ଡହଳ ବିକଳ ହେଉଛନ୍ତି। ଗ୍ରୀଷ୍ମ ଋତୁ ଆସିଲେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ଏନେଇ ସହରରେ ମୁଣ୍ଡ ଟେକୁଛି ଜନଆନ୍ଦୋଳନ।

 ଖରାଦିନ ଆସିଲେ ବ୍ରହ୍ମପୁରବାସୀ ପାଣି ପାଇଁ ଚିନ୍ତାରେ ପଡୁଛନ୍ତି। ଏହି ଋତୁରେ ଜଳସ୍ତର ହ୍ରାସ ପାଉଥିବାରୁ ଲୋକେ ପିଇବା ପାଣି ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।  ସହରର ଗୋଷାଣି ନୂଆଗାଁ ବାସିନ୍ଦା ଏକମାସ ହେବ ଚାହିଦା ମୁତାବକ ପିଇବା ପାଣି ପାଇପାରୁ ନାହାନ୍ତି।  ବିଏମସିର ୱାର୍ଡ ନଂ-୨୫, ୨୬, ୨୭, ୨୮କୁ ନେଇ ଗୋଷାଣିନୂଆଗାଁ ଅଞ୍ଚଳ ଗଠିତ। ପ୍ରାୟ ୩୦ ହଜାରରୁ ଅଧିକ ଲୋକେ ଏହି ଅଞ୍ଚଳରେ ରହୁଛନ୍ତି। ଏପର୍ଯ୍ୟନ୍ତ ଏହି ଅଞ୍ଚଳକୁ ପାଇପ୍ ଯୋଗେ ପାଣି ଯୋଗାଣ ସଂଭବ ହୋଇପାରିନାହିଁ। ଏନେଇ ବହୁବାର ଅଞ୍ଚଳବାସୀ ଆନ୍ଦୋଳନ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ। ଅନ୍ୟପଟେ ଗୋଷାଣିନୂଆଗାଁ ଉଚ୍ଚ ସ୍ଥାନରେ ଥିବାରୁ ସକାଳେ ପାଣି ମିଳୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।  ଏହି ଅଞ୍ଚଳର ବଡ଼ ସାହି, ଶାସ୍ତ୍ରୀ ନଗର, କଦଳିବାଡ଼ ସାହି, ଲକ୍ଷ୍ମୀ ନାରାୟଣ ସାହି, ସାଳିଆବନ୍ଧ ସାହି , ତୋଟା ସାହି, ପାଣିଗ୍ରାହୀ ସାହି ଆଦି ଅଞ୍ଚଳରେ କୂଅ ଶୁଖିଯିବା ସହ ପୋଖରୀ ଅପରିଷ୍କାର ହୋଇଥିବାରୁ ମହିଳା ମାନେ ନଳକୂପ ଉପରେ ନିର୍ଭର କରିବା ସହ ସହରତଳୀ ନଦୀରୁ ପାଣି ଆଣି ଚଳୁଛନ୍ତି। ସେହିପରି ସହରର ବିଭିନ୍ନ ସାହିରେ ରହୁଥିବା ମହିଳାମାନେ ପାଇପ ନିକଟରେ ଲମ୍ବା ଲାଇନ୍ ଲଗାଉଥିବା ଦେଖାଯାଉଛି।  ପ୍ରାୟ ୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବ୍ରହ୍ମପୁର ସହରରେ ଦୈନିକ ୫୨ ମିଲିୟନ୍ ଲିଟର ପିଇବା ପାଣିର ଆବଶ୍ୟକତା ରହିଛି। ସହରବାସୀ ଦକ୍ଷିଣପୁର, ଋଷିକୁଲ୍ୟା ଓ ଗଭୀର ନଳକୂପ ମାଧ୍ୟମରେ ପାଣି ପାଉଛନ୍ତି। ତେବେ ଖରାଦିନେ ଜଳସ୍ତର କମି ଯାଉଥିବାରୁ ପାଣି ପାଇବାରୁ ସହରବାସୀ ବଞ୍ଚିତ ହେଉଛନ୍ତି।  ବିଭିନ୍ନ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗର  ଅଧୀକ୍ଷଣ ଯନ୍ତ୍ରୀ ଅଜିତ ସାମନ୍ତରାୟ କହିଛନ୍ତି।  ଉକ୍ତ ଅଞ୍ଚଳରେ ଥିବା ସମସ୍ୟାକୁ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ପିଇବା ପାଣିର ତୁରନ୍ତ ବ୍ୟବସ୍ଥା କରାନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପୂର୍ବତନ ମେୟର ଶିବ ଶଙ୍କର ଦାଶ କହିଛନ୍ତି। ତେବେ ବିଭିନ୍ନ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ  ପାଣି ଦିଆଯାଉଛି, ସଂପୃକ୍ତ ଅଞ୍ଚଳର କର୍ପୋରେଟର ପାଣି ସମସ୍ୟା ସଂପର୍କରେ ସୂଚନା ଦେଲେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ ବୋଲି ମେୟର କେ.ମାଧବି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story