ଭୁବନେଶ୍ୱର: ରଘୁନାଥପୁର ଖରିପଡିଆର ଶ୍ରୀ ଜଗନ୍ନାଥଙ୍କ ଦିବ୍ୟଦାରୁ ଛେଦନ ପ୍ରକ୍ରିୟା ପାଇଁ ଜୋର ଧରିଛି ପ୍ରସ୍ତୁତି। ଆଜିଠୁ ଦାରୁ ନିକଟରେ ପୂଜାର୍ଚ୍ଚନା ଆରମ୍ଭ କରାଯିବ। ପ୍ରଥମେ ଆଚାର୍ଯ୍ୟ ଓ ବେଦଜ୍ଞମାନେ ଭୂମି ଶୋଧନ କରିବେ। ଅପରାହ୍ଣରେ ଅଙ୍କୁରାରୋପଣ ଏବଂ ପରେ ଦାରୁଙ୍କୁ ୧୦୮ ଗରା ପାଣିରେ ମହାସ୍ନାନ କରାଯିବ। ଏହାପରେ ବୃକ୍ଷକୁ ଚନ୍ଦନ ଏବଂ ଘିଅର ଲେପନ କରି ନୂଆ ବସ୍ତ୍ର ପରିଧାନ କରାଯିବ। ଆସନ୍ତାକାଲି ଦାରୁ ଛେଦନ ପାଇଁ ମହାଯଜ୍ଞ ଆରମ୍ଭ ହେବ। ଏହି ସମୟରେ ବନଯୋଗୀମାନେ ନିଷ୍ଠାର ସହ ଉପବାସ ବ୍ରତ ପାଳନ କରିବେ । ମହାଯଜ୍ଞରେ ପୂର୍ଣ୍ଣହୂତି ପରେ ଆରମ୍ଭ ହେବ ଦାରୁ ଛେଦନ ପ୍ରକ୍ରିୟା। ଶ୍ରୀଜଗନ୍ନାଥଙ୍କ ଦାରୁ ଭୂପତିତ ହେବାପରେ ଚଉପଟ କାମ କରାଯିବ। ଗତକାଲି ଆଜ୍ଞାମାଳ ଓ ଚକ୍ରନାରାୟଣଙ୍କୁ ବିଜେ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ତାରାଙ୍କ ଚେତାବନୀ- ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ୨୬ରୁ ରାସ୍ତାରୋକ
'ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରି ଦିଆଯିବ । ଏପରିକି ଆସନ୍ତା ୨୬ରୁ ରାସ୍ତାରୋକ କରିବାକୁ ବି ପଛାଇବୁ ନାହିଁ।’
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।