୮ ମାସର ଶିଶୁ ପାଇଁ ନିଲାମ କରିଦେଲେ ଅଲିମ୍ପିକ୍ସ ମେଡାଲ୍

ନୂଆଦିଲ୍ଲୀ: ପଲିସର ମହିଳା ଆଥଲେଟ୍ ମାରିଆ ଆନ୍ଦ୍ରେଜିକ୍ ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ’ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ହେଲେ ସେ ଏବେ ଏକ କୁନି ଶିଶୁର ଜୀବନ ବଞ୍ଚାଇବା ଲାଗି ସେହି ମେଡାଲକୁ ନିଲାମ କରିଦେଇଛନ୍ତି। ମାରିଆ ସୋଶାଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ଯେଉଁଥି ପାଇଁ ତାଙ୍କୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି। ମାରିଆ ଟୋକିଓ ଅଲିମ୍ପିକ୍ସରେ ୬୪.୬୧ ମିଟର୍ ଥ୍ରୋ’ କରି ରୌପ୍ୟ ପଦକ ଜିତିଥିଲେ। ରିପୋର୍ଟ ମୁତାବକ, ଗୁରୁତର ହୃଦରୋଗରେ ଆକ୍ରାନ୍ତ […]

Maria Andrejczyk

Maria Andrejczyk

Ranjit Kumar Jena
  • Published: Wednesday, 18 August 2021
  • Updated: 18 August 2021, 08:29 PM IST

Sports

Latest News

ନୂଆଦିଲ୍ଲୀ: ପଲିସର ମହିଳା ଆଥଲେଟ୍ ମାରିଆ ଆନ୍ଦ୍ରେଜିକ୍ ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ' ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ହେଲେ ସେ ଏବେ ଏକ କୁନି ଶିଶୁର ଜୀବନ ବଞ୍ଚାଇବା ଲାଗି ସେହି ମେଡାଲକୁ ନିଲାମ କରିଦେଇଛନ୍ତି। ମାରିଆ ସୋଶାଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ଯେଉଁଥି ପାଇଁ ତାଙ୍କୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି। ମାରିଆ ଟୋକିଓ ଅଲିମ୍ପିକ୍ସରେ ୬୪.୬୧ ମିଟର୍ ଥ୍ରୋ' କରି ରୌପ୍ୟ ପଦକ ଜିତିଥିଲେ।

ରିପୋର୍ଟ ମୁତାବକ, ଗୁରୁତର ହୃଦରୋଗରେ ଆକ୍ରାନ୍ତ ଥିବା ମିସଲୋଭ ନାମକ ଜଣେ ୮ମାସର ଶିଶୁ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ମାରିଆ ନିଷ୍ପତ୍ତି ନେଲେ।ଏହି ଶିଶୁଟିର ଜୀବନ ବଞ୍ଚାଇବା ଲାଗି ସର୍ଜରୀର ଆବଶ୍ୟକ, ଯେଉଁଥିରେ ୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ। ଆଉ ଏହି ସର୍ଜରୀ ଆମେରିକାରେ ହିଁ ହୋଇପାରିବ।

ମେଡାଲ୍ ପାଇଁ ବିକ୍ରେତା ମିଳିବା ପରେ ମାରିଆ ଏହି ନିଲାମକୁ ରୋକି ଦେଇଛନ୍ତି। ସେ କହିଛନ୍ତି, ଜବକା ନାମକ ଏକ କମ୍ପାନୀ ୧,୨୫୦୦୦ ଡଲାର ସହ ମେଡାଲକୁ ଜିତିନେଇଥିଲା। ଏଥିରୁ ସଂଗୃହୀତ ଅର୍ଥ ଦ୍ୱାରା ଶିଶୁକୁ ଷ୍ଟାନଫର୍ଡ ୟୁନିଭର୍ସିଟି ମେଡିକାଲ ସେଣ୍ଟରେ ଆବଶ୍ୟକ ସର୍ଜରୀ କରାଇବାରେ ସହାୟକ ହେବ। ତେବେ ନିଲାମରେ ପଦକ ଜିତିଥିବା କମ୍ପାନୀ ଯାହା କଲା, ତାହା ଅତି ପ୍ରଶଂସାଯୋଗ୍ୟ। ଜବକା କମ୍ପାନୀ ପରେ ମାରିଆଙ୍କୁ ତାଙ୍କର ମେଡାଲ୍ ଫେରାଇ ଦେଇଥିଲା।

ମାରିଆ ପ୍ରାୟ ସପ୍ତାହକ ତଳେ ଫେସବୁକରେ ଏହି ଘୋଷଣା କରିଥିଲେ। ସେ ଲେଖିଥିଲେ, ମୁଁ ଏହା ଉପରେ ବହୁତ ଭାବିଲି। ଏହା ମୋର ପ୍ରଥମ ଫଣ୍ଡରେଜର ଥିଲା ଏବଂ ମୁଁ ଜାଣିଛି ଯେ ଏହା ସଠିକ୍ ନିଷ୍ପତ୍ତି ଥିଲା। ନିଲାମରୁ ମିଳିଥିବା ଅର୍ଥ ଶିଶୁର ମାତାପିତାଙ୍କୁ ଦାନ କରାଯିବ।

ମାରିଆ ୨୦୧୬ ରିଓ ଅଲିମ୍ପିକ୍ସରେ ଅଳ୍ପକେ ପଦକରୁ ବଞ୍ଚିତ ରହି ଚତୁର୍ଥରେ ରହିଥିଲେ। ୨୦୧୭ରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ଏବଂ ୨୦୧୮ରେ ତାଙ୍କ ହାଡ଼ରେ କ୍ୟାନସର୍ ହୋଇଥିବା ଜାଣିବାକୁ ପାଇଥିଲେ। ଏହାସତ୍ତ୍ୱେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ନିଜ ଦମରେ ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ସେ ନିଜର ପ୍ରଥମ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story