ବର୍ଷା ଧୋଇ ଦେଲା ଭାରତ-ପାକିସ୍ତାନ ମ୍ୟାଚ୍‌, ସୁପର ୪ରେ ବାବରଙ୍କ ଟିମ୍‌

ପାକିସ୍ତାନ ଏସିଆ କପର ପ୍ରଥମ ମ୍ୟାଚ୍‌ ନେପାଳ ବିପକ୍ଷରେ ଜିତିଥିବା ବେଳେ ଭାରତର ପ୍ରଥମ ଲଢ଼େଇରେ ବର୍ଷା ସବୁ କିଛି ଓଲଟ ପାଲଟ କରି ଦେଇଛି।

Rain

ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ

Hemant Lenka
  • Published: Saturday, 02 September 2023
  • Updated: 02 September 2023, 10:14 PM IST

Sports

Latest News

ଏସିଆ କପର ସବୁଠାରୁ ବଡ଼ ମୁକବାଲା ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ବର୍ଷା ଧୋଇ ଦେଇଛି। ବର୍ଷା ଯୋଗୁ ମ୍ୟାଚ୍‌କୁ ବାତିଲ କରିବାକୁ ପଡ଼ିଛି। ଫଳରେ ଦୁଇ ଟିମ ମଧ୍ୟରେ ପଏଣ୍ଟ ଭାଗ କରାଯାଇଛି। ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି।

ଶ୍ରୀଲଙ୍କାର କ୍ୟାଣ୍ଡୀରେ ଖେଳା ଯାଉଥିବା ମ୍ୟାଚ୍‌ର ଆରମ୍ଭରୁ ହିଁ ବର୍ଷା ହୋଇଥିଲା। ତଥାପି ଠିକଣା ସମୟରେ ଟସ୍‌ ପଡ଼ିବା ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୮୭ ଓ ଇଶାନ କିଶନଙ୍କ ୮୨ ରନ ବଳରେ ଟିମ ଇଣ୍ଡିଆ ୪୮.୫ ଓଭରରେ ସମସ୍ତ ୱିକେଟ ହରାଇ ୨୬୬ ରନ କରିଥିଲା। ଫଳରେ ପାକିସ୍ତାନକୁ ୨୬୭ ରନର ଟାର୍ଗେଟ ମିଳିଥିଲା। ପାକିସ୍ତାନ ପକ୍ଷରୁ ବାମହାତୀ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ସର୍ବାଧିକ ୪ ୱିକେଟ ଦଖଲ କରିଛନ୍ତି।

Also Read

୨୬୭ ରନର ଟାର୍ଗେଟ ପାକିଥିବା ପାକିସ୍ତାନ ବ୍ୟାଟିଂ କରିବାକୁ ପ୍ରସ୍ତୁତ ହେଉଥିଲେ ମଧ୍ୟ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଫଳରେ ପାକିସ୍ତାନ ତା’ର ଇନିଂସ ଧାର୍ଯ୍ୟ ସମୟ ୮.୧୬ରେ ଆରମ୍ଭ କରି ପାରି ନଥିଲା। ରାତି ପ୍ରାୟ ୯ଟା ବେଳେ ବର୍ଷା ଛାଡ଼ି ଥିଲା। ଏହାପରେ ଖେଳାଳିମାନେ ଅଭ୍ୟାସ ପାଇଁ ଆସିଥିଲେ।

କିନ୍ତୁ ପୁଣି ବର୍ଷା ମ୍ୟାଚ୍‌ରେ ବାଧକ ସାଜିଥିଲା। ବର୍ଷା ଆଉ ନ ଛାଡ଼ିବାରୁ ରାତି ପ୍ରାୟ ୧୦ଟା ବେଳେ ମ୍ୟାଚ୍‌ ରେଫରୀ ଓ ଦୁଇ ଅମ୍ପାୟାର ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଦଳ ମଧ୍ୟ ଏଥିରେ ରାଜି ହୋଇଥିଲେ।

ପାକିସ୍ତାନ ଏସିଆ କପର ପ୍ରଥମ ମ୍ୟାଚ୍‌ ନେପାଳ ବିପକ୍ଷରେ ଜିତିଥିବା ବେଳେ ଭାରତର ପ୍ରଥମ ଲଢ଼େଇରେ ବର୍ଷା ସବୁ କିଛି ଓଲଟ ପାଲଟ କରି ଦେଇଛି। ଭାରତ ଏବେ ୪ ତାରିଖରେ ନେପାଳକୁ ଭେଟିବ। ଏହାପୂର୍ବରୁ ପାକିସ୍ତାନ ଭଳି ବୋଲିଂ ଆଟାକକୁ ଭାରତୀୟ ବ୍ୟାଟରମାନେ ବେଶ ଭଲ ଭାବେ ସମ୍ମୁଖୀନ ହୋଇ ନେପାଳ ମ୍ୟାଚ୍‌ ପୂର୍ବରୁ ୱାର୍ମଅପ ହୋଇଯାଇଛନ୍ତି।

ଏହା ନିଶ୍ଚିତ ଭାବେ ଏସିଆ କପର ସୁପର ୪ରେ ଦଳକୁ ସହାୟତା କରିବ। କାରଣ ସୁପର ୪ରେ ପୁଣି ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ପ୍ରତିପକ୍ଷ ନେପାଳକୁ ହରାଇବା ମାତ୍ରେ ସୁପର ୪ରେ ପହଞ୍ଚି ଯିବ। ପାକିସ୍ତାନ ୩ ପଏଣ୍ଟ ସହ ସୁପର ୪ରେ ନିଜର ସ୍ଥାନ ପକ୍କା କରି ସାରିଛି।

ଅନ୍ୟପକ୍ଷରେ ଭାରତୀୟ ଟିମ ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମଧ୍ୟକ୍ରମରେ ଈଶାନ କିଶନ(୮୨) ଓ ହାର୍ଦ୍ଦିକ ପାଣ୍ଡ୍ୟା(୮୭) ଭଲ ସ୍ଥିତି ସମ୍ଭାଳିଛନ୍ତି। ଏହା ନିଶ୍ଚିତ ପକ୍ଷେ ଭାରତ ପାଇଁ ଗୋଟିଏ ଭଲ ସଙ୍କେତ। କାରଣ ସବୁବେଳେ ଯେ ଟପ ଅର୍ଡର ଭଲ ବ୍ୟାଟିଂ କରିବେ, ତା’ର ଗ୍ୟାରେଣ୍ଟୀ ନାହିଁ। ତେଣୁ ମଧ୍ୟକ୍ରମ କେମିତି ପ୍ରଦର୍ଶନ କରୁଛି, ତହା ଆଜିର ମ୍ୟାଚ୍‌ରୁ ପ୍ରମାଣିତ ହୋଇଛି।

ଆଜିର ମ୍ୟାଚ୍‌ରେ ଶାହୀନ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଭାରତୀୟ ବ୍ୟାଟର ଆଦୌ ସାମ୍ନା କରି ପାରି ନଥିଲେ। ଆଫ୍ରିଦି ଟିମ ଇଣ୍ଡିଆର ରୋହିତ ଶର୍ମା(୧୧) ଓ ବିରାଟ କୋହଲି(୪)ଙ୍କୁ ବୋଲ୍ଡ କରି ଭାରତୀୟ ବ୍ୟାଟିଂ ଲାଇନ ଅପକୁ ଦୋହଲାଇ ଦେଇଥିଲେ। ଏହାପରେ ଶ୍ରେୟସ ଆୟର(୧୪) ଓ ଶୁବମନ ଗିଲ୍‌(୧୦)ଙ୍କୁ ହାରିସ ରୌଫ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଦଳ ୬୬ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଈଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ। ଉଭୟ ୫ମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ୫ ୱିକେଟ ପାଇଁ ୧୩୮ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୨୦୪ରେ ଥିବା ବେଳେ ବଡ଼ ଶଟ୍‌ ଖେଳିବା ଲୋଭରେ ଈଶାନ କିଶନ(୮୨) ରୌଫଙ୍କ ବଲରେ କ୍ୟାଚ୍‌ ଆଉଟ ହୋଇଯାଇଥିଲେ। ସେ ଆଉଟ ହେବା ପୂର୍ବରୁ ୮୧ ବଲର ସମ୍ମୁଖୀନ ହୋଇ ୯ଟି ଚୌକା ଓ ୨ଟି ଛକା ମାରିଥିଲେ।

ହାର୍ଦ୍ଦିକ ନିଜର ଶତକ ଆଡ଼କୁ ଯାଉଥିବା ବେଳେ ବୋଲିଂ କରିବାକୁ ଆସିଥିଲେ। ଆଫ୍ରିଦି। ସେ ପ୍ରଥମ ବଲରେ ହିଁ ୮୭ ରନ କରିଥିବା ପାଣ୍ଡ୍ୟାଙ୍କୁ ଆଉଟ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ପାଣ୍ଡ୍ୟା ତାଙ୍କ ୮୭ ରନର ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ସେହି ଓଭରରେ ରବୀନ୍ଦ୍ର ଜାଡେଜା(୧୪)ଙ୍କୁ ମଧ୍ୟ ଆଫ୍ରିଦି ଆଉଟ କରିଥିଲେ। ଏହାର ପରବର୍ତ୍ତୀ ଓଭର୍‌ର ପ୍ରଥମ ବଲରେ ନଶୀମ ଶାହ ମାତ୍ର ୩ ରନ କରିଥିବା ଶାର୍ଦ୍ଦୁଲ ଠାକୁରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଶେଷ ଭାଗରେ ଯଶପ୍ରୀତ ବୁମ୍ରା କିଛି ଶଟ ମାରିବାରୁ ଦଳୀୟ ସ୍କୋର ୨୬୬ରେ ପହଞ୍ଚିଥିଲା।

ପାକିସ୍ତାନ ପକ୍ଷରୁ ଆଫ୍ରିଦି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନଶୀମ ଶାହ ଓ ହରିଶ ରୌଫ ୩ଟି ଲେଖାଏ ସଫଳତା ପାଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story