ରେକର୍ଡ ବୁକ୍‌ରେ କ୍ରିଷ୍ଟିଆନୋ ରୋନାଲ୍ଡୋ, ୟୁରୋ କପ୍‌ରେ ଦେଖାଇଲେ ଜଲୱା

ବୁଡାପେଷ୍ଟ: ବିଶ୍ୱ ତଥା ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜକୁ ରେକର୍ଡ ବୁକ୍‌ରେ ସାମିଲ କରିଛନ୍ତି। ଚଳିତ ୟୁରୋ କପ୍‌ର ମଙ୍ଗଳବାର ରାତିରେ ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ରେ ରୋନାଲ୍ଡୋ ଡବଲ ଗୋଲ ସ୍କୋର କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ ଜିତିବାକୁ ପର୍ତ୍ତୁଗାଲକୁ ଜୋରଦାର ସଂଘର୍ଷ କରିବାକୁ ପଡ଼ିଥିଲା। ମ୍ୟାଚ୍‌ ସରିବାକୁ ୩ ମିନିଟ୍‌ ବାକି ଥିବା ବେଳେ ପର୍ତ୍ତୁଗାଲ କାଉଣ୍ଟର ଆଟାକ କରି ପ୍ରଥମ ଗୋଲ ଦେଇଥିଲା। ଏହାର ମାତ୍ର ଗୋଟିଏ […]

Cristiano-Ronaldo

Cristiano-Ronaldo

Hemant Lenka
  • Published: Wednesday, 16 June 2021
  • Updated: 16 June 2021, 08:41 AM IST

Sports

Latest News

ବୁଡାପେଷ୍ଟ: ବିଶ୍ୱ ତଥା ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜକୁ ରେକର୍ଡ ବୁକ୍‌ରେ ସାମିଲ କରିଛନ୍ତି। ଚଳିତ ୟୁରୋ କପ୍‌ର ମଙ୍ଗଳବାର ରାତିରେ ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ରେ ରୋନାଲ୍ଡୋ ଡବଲ ଗୋଲ ସ୍କୋର କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ ଜିତିବାକୁ ପର୍ତ୍ତୁଗାଲକୁ ଜୋରଦାର ସଂଘର୍ଷ କରିବାକୁ ପଡ଼ିଥିଲା।

ମ୍ୟାଚ୍‌ ସରିବାକୁ ୩ ମିନିଟ୍‌ ବାକି ଥିବା ବେଳେ ପର୍ତ୍ତୁଗାଲ କାଉଣ୍ଟର ଆଟାକ କରି ପ୍ରଥମ ଗୋଲ ଦେଇଥିଲା। ଏହାର ମାତ୍ର ଗୋଟିଏ ମିନିଟ୍‌ ପରେ ରୋନାଲ୍ଡ ନିଜର ପ୍ରଥମ ତଥା ପର୍ତ୍ତୁଗାଲ ପକ୍ଷରୁ ଦ୍ୱିତୀୟ ଗୋଲ କରିଥିଲେ। ଇଞ୍ଜୁରୀ ଟାଇମରେ ରୋନାଲ୍ଡ ପୁଣି ଗୋଟିଏ ଗୋଲ ସ୍କୋର କରି ନିଜ ଟିମକୁ ୩-୦ରେ ଜିତାଇଥିଲେ।

ଏହି ଡବଲ ଗୋଲ ସହ ରୋନାଲ୍ଡୋ ଏବେ ୟୁରୋ ଚାମ୍ପିୟନଶିପ୍‌ରେ ସର୍ବାଧିକ ୧୧ ଗୋଲ ସ୍କୋର କରିବାର ରେକର୍ଡ କରିଛନ୍ତି। ସେ ଫ୍ରାନ୍ସର ମହାନ ଖେଳାଳି ମାଇକେଲ ପ୍ଲାଟିନିଙ୍କ ଠାରୁ ୨ଟି ଗୋଲ ଆଗରେ ରହିଛନ୍ତି। ରୋନାଲ୍ଡୋ ତାଙ୍କୁ ଅତିକ୍ରମ କରି ଯାଇଥିଲେ ହେଁ ପ୍ଲାଟିନିଙ୍କ ୯ଟି ଗୋଲ ସମସ୍ତଙ୍କର ସବୁଦିନ ପାଇଁ ମନେ ରହିବ। କାରଣ ସେ ୟୁରୋ ୧୯୮୪ରେ ହିଁ ସମସ୍ତ ୯ଟି ଗୋଲ ସ୍କୋର କରିଥିଲେ।

ରୋନାଲ୍ଡୋ ସର୍ବାକାଳୀନ ଗୋଲ ସ୍କୋର କରିବାର ରେକର୍ଡ କରିଥିଲେ ହେଁ ସେ ଚଳିତ ବର୍ଷ ନିଜର ୫ ୟୁରୋ କପ ଖେଳୁଛନ୍ତି। ସେହିପରି ସେ ସର୍ବାଧିକ ୨୨ଟି ମ୍ୟାଚ୍‌ ମଧ୍ୟ ୟୁରୋ କପରେ ଖେଳି ସାରିଲେଣି। ଚଳିତ ୟୁରୋ କପ୍‌ର ପ୍ରଥମ ମ୍ୟାଚରେ ରୋନାଲ୍ଡୋ ନିଜର ୧୦ମ ଓ ୧୧ତମ ଗୋଲ କରିବା ସହ ପର୍ତ୍ତୁଗାଲ ପାଇଁ ୧୦୫ ଓ ୧୦୬ତମ ଗୋଲ ସ୍କୋର କରିଛନ୍ତି।

ରୋନାଲ୍ଡୋଙ୍କ ଆଗରେ ପର୍ତ୍ତୁଗାଲ ପାଇଁ ଅଲୀ ଡାଇ ସର୍ବାଧିକ ୧୦୯ଟି ଗୋଲ ସ୍କୋର କରିଛନ୍ତି। ତେଣୁ ଚଳିତ ୟୁରୋ କପ୍‌ରେ ସେ ନିଜ ଦେଶ ପାଇଁ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋର କରିବାର ସୁଯୋଗ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos