୬ ଦିନିଆ ରିମାଣ୍ଡକୁ ଗଲେ ଅଲିମ୍ପିଆନ୍ ରେସଲର୍ ସୁଶୀଲ କୁମାର

ନୂଆଦିଲ୍ଲୀ: ଦେଶର ମହାନ୍ ଅଲିମ୍ପିଆନ୍ ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ରବିବାର ଗିରଫ କରାଯାଇଥିଲା। ଗିରଫଦାରୀ ପରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ କୋର୍ଟରେ ହାଜର କରାଇଥିଲା ଏବଂ ୧୨ ଦିନର ରିମାଣ୍ଡ ଦାବି କରିଥିଲା । କିନ୍ତୁ ଦିଲ୍ଲୀ କୋର୍ଟ ସୁଶୀଲଙ୍କୁ ୬ ଦିନ ପାଇଁ ରିମାଣ୍ଡକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁଶୀଲ କିଛି ଦିନ ପର୍ଯ୍ୟନ୍ତ ଫେରାର ରହିବା ପରେ ରବିବାର ଗିରଫ ହୋଇଥିଲେ। ସଂଯୋଗବଶତଃ […]

sushil-kumar

sushil-kumar

Ranjit Kumar Jena
  • Published: Sunday, 23 May 2021
  • Updated: 23 May 2021, 09:24 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ମହାନ୍ ଅଲିମ୍ପିଆନ୍ ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ରବିବାର ଗିରଫ କରାଯାଇଥିଲା। ଗିରଫଦାରୀ ପରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ କୋର୍ଟରେ ହାଜର କରାଇଥିଲା ଏବଂ ୧୨ ଦିନର ରିମାଣ୍ଡ ଦାବି କରିଥିଲା । କିନ୍ତୁ ଦିଲ୍ଲୀ କୋର୍ଟ ସୁଶୀଲଙ୍କୁ ୬ ଦିନ ପାଇଁ ରିମାଣ୍ଡକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁଶୀଲ କିଛି ଦିନ ପର୍ଯ୍ୟନ୍ତ ଫେରାର ରହିବା ପରେ ରବିବାର ଗିରଫ ହୋଇଥିଲେ। ସଂଯୋଗବଶତଃ ଏସବୁ କିଛି ବିଶ୍ୱ ରେସଲିଂ ଦିବସ ଦିନ ଘଟିଛି । ଦିଲ୍ଲୀ କୋର୍ଟରେ ସୁଶୀଲ କୁମାରଙ୍କ ପକ୍ଷରୁ ଆଡଭୋକେଟ୍ ବିଏସ୍ ଜାଖର ଉପସ୍ଥିତ ଥିଲେ । ସେ ୧୨ ଦିନର ରିମାଣ୍ଡକୁ ବିରୋଧ କରିଥିଲେ ।

ପୁଲିସ୍ କୋର୍ଟରେ ରିମାଣ୍ଡ ଦାବି କରି ଆବେଦନ କରିଥିଲା ଯେ ସେମାନେ ସୁଶୀଲଙ୍କୁ ଛତ୍ରସାଲ ଷ୍ଟାଡିୟମ ନେବେ ଏବଂ ସିସିଟିଭି ଫୁଟେଜ୍ ଦେଖିବେ। ପୁଲିସ୍ କହିଛି, ଘଟଣା ସମୟରେ ସୁଶୀଲ ଯେଉଁ ଡ୍ରେସ ପିନ୍ଧିଥିଲେ, ତାକୁ ମଧ୍ୟ ଜବତ କରାଯିବା ବାକି ଅଛି । ଏହାସହ ହତ୍ୟା ପାଇଁ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ଜବତ କରାଯିବ। ଏପରିକି ଯେଉଁ କାରରେ ମୃତକଙ୍କୁ ଅଣାଯାଇଥିଲା, ତାକୁ ମଧ୍ୟ ଜବତ କରାଯିବ । ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ସମ୍ବନ୍ଧରେ ସୁଶୀଲଙ୍କୁ ପଚରାଉଚରା କରାଯିବ । ଏହାସହ ପୁଲିସ୍ କୋର୍ଟଙ୍କୁ କହିଛି ଯେ ଯେଉଁ ମୋବାଇଲ୍ କ୍ଲିପ୍ ମିଳିଛି, ସେଥିରେ କୌଣସି ଗଡ଼ବଡ଼ କରାଯାଇନାହିଁ ।

ସାଗରଙ୍କ ମୃତ୍ୟୁ ମାମଲାରେ ସୁଶୀଲ ଫେରାର ଥିବାରୁ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ଏହା ପରେ ଦିଲ୍ଲୀ ପୁଲିସ୍ ସୁଶୀଲ କୁମାରଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଥିଲା। ତେବେ ସୁଶୀଲ ସରେଣ୍ଡର ନକରିବାରୁ କୋର୍ଟ ସୁଶୀଲ କୁମାରଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ।

ସୂଚନାଯୋଗ୍ୟ, ମେ’ ୪ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିର ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos