ମୁମ୍ବାଇ: ଚଳିତ ସପ୍ତାହରେ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଦେଖିଥିଲା। ମେ’ ୬ ତାରିଖରେ ସେନସେକ୍ସରେ ୭୨୩ ପଏଣ୍ଟ ହ୍ରାସ ପାଇ ଥିଲା। ପୁଣି ଗତକାଲି ମଧ୍ୟ ସେନସେକ୍ସ ତଳ ମୁହାଁ ରହିଥିଲା। କାରବାର ୧୧୮.୨୬ ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଥିଲା। ତେବେ ଆଜି ସପ୍ତାହର ଶେଷ ଦିବସରେ ସ୍ଥିତିରେ ସୁଧାର ଆସିଥିଲା। ଆଜି ସେନସେକ୍ସ ୫୦୦ ପଏଣ୍ଟ ବୃଦ୍ଧି ସହିତ କାରବାର ବନ୍ଦ କରିଥିଲା। ଉଭୟ ସେନସେକ୍ସ ଓ ନିଫ୍ଟିରେ ୧.୫% ବୃଦ୍ଧି ପରିଲିକ୍ଷିତ ହୋଇଥିଲା।
ଆଜି ଦିନ ତମାମ କାରବାର ବେଳେ ସେନସେକ୍ସରେ ୬୦୦ ପଏଣ୍ଟରୁ ଅଧିକ ବୃଦ୍ଧି ଦେଖାଯାଇଥିଲା। ସେହିପରି ନିଫ୍ଟିରେ ୯୪ ପଏଣ୍ଟର ଅଭିବୃଦ୍ଧି ଦେଖାଯାଇଥିଲା।
କାରବାର ଶେଷ ବେଳକୁ ସେନସେକ୍ସରେ ୫୦୬.୨୮ ପଏଣ୍ଟ ବା ୧.୯୦% ବୃଦ୍ଧି ସହିତ ୨୭,୧୦୫.୩୯ ରହିଥିଲା। ସେହିପରି ନିଫ୍ଟିରେ ୧୩୪.୨୦ ପଏଣ୍ଟ ବୃଦ୍ଧି ପାଇ କାରବାର ୮,୧୯୧.୫୦ରେ ବନ୍ଦ ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ରେପୋ ରେଟ୍କୁ ଦ୍ୱିତୀୟ ଥର ପାଇଁ ହ୍ରାସ କଲା RBI, ସାଧାରଣ ଲୋକଙ୍କ ଉପରେ କି ପ୍ରଭାବ ପକାଇବ?
୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ୬.୫% ରହିବ।

Business
କିଛି ସେକେଣ୍ଡରେ ୨୦ ଲକ୍ଷ କୋଟି ସ୍ୱାହା, ଶେୟାର ବଜାରରେ ହାହାକାର: କାହିଁକି ଏମିତି ହେଉଛି?
୧୦ ମାସ ମଧ୍ୟରେ ଶେୟାର ମାର୍କେଟରେ କେବେ ବି ଏପରି କ୍ଷତି ଘଟଇ ନଥିଲା। ସେନସେକ୍ସ ଓ ନିଫ୍ଟୀ ହ୍ରାସ ପାଇବା ଯୋଗୁ ନିବେଶକମାନେ ଲକ୍ଷାଧିକ କୋଟିର କ୍ଷତି ସହିବାରେ ଲାଗିଛନ୍ତି।

National
ଉପକୂଳରେ ଚଳାଳଚ କରିବ ଜାହାଜ, ବିଲ୍ ଗୃହୀତ
ଲୋକସଭାରେ ଉପକୂଳ ଜାହାଜ ଚଳାଚଳ ବିଲ୍ ଗୃହୀତ ହୋଇଯାଇଛି। ଏହା ଉପକୂଳ ବାଣିଜ୍ୟ ପାଇଁ ଏକ ଉତ୍ସର୍ଗୀକୃତ ଆଇନଗତ ଢାଞ୍ଚା ପାଇଁ ପଥ ପରିଷ୍କାର କରିଛି।

Business
ଟ୍ରମ୍ପଙ୍କ ‘ମୁକ୍ତି ଦିବସ’ : ଟାରିଫ ବ୍ୟବସ୍ଥା ଦ୍ୱାରା ଭାରତର କେଉଁ ସବୁ ସେକ୍ଟର ପ୍ରଭାବିତ ହେବେ?
ୟୁରୋପୀୟ ୟୁନିୟନ ଠାରୁ ଆରମ୍ଭ କରି ଭାରତ, ଜାପାନ ଓ କାନାଡ଼ା ଭଳି ଦେଶ ଆମେରିକାର ଦ୍ରବ୍ୟଗୁଡ଼ିକ ଉପରେ ବିପୁଳ ପରିମାଣର ଟାରିଫ ଲଗାଉଛନ୍ତି।

Business
କ’ଣ ସେବା ଦେଇ ଗୁପ୍ତ ଭାବେ ଟଙ୍କା ନେଉଛି ବ୍ୟାଙ୍କ?
ଜଣେ ସଞ୍ଚୟ ଖାତାଧାରକ ହୁଅନ୍ତୁ କିମ୍ବା ଚାଲୁ ବା କରେଣ୍ଟ ଆକାଉଣ୍ଟଧାରୀ ହୁଅନ୍ତୁ, ସାଧାରଣ ବ୍ୟାଙ୍କ ଶୁଳ୍କ ସହିତ ଆପଣ ଅପଡେଟ୍ ରହିବା ଭଲ। ଏହା ଆପଣଙ୍କ ବ୍ୟାଙ୍କ ଅଭିଜ୍ଞତାରେ ଉନ୍ନତି ଆଣି ପାରିବ।