ବିବାଦ ପରେ ଓହରିଥିଲେ, ଏବେପୁଣି ନେଲେ ନିଷ୍ପତ୍ତି: ଗୋଆ ଭଳି ଓଡ଼ିଶାର ବେଳାଭୂମିରେ ପରଷିବେ ମଦ

୨୦୨୧ ଏପ୍ରିଲ ମାସରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବେଳାଭୂମିରେ ମଦ ପରିବେଷଣ କରିବା ପାଇଁ ଏଭଳି ୨୦ଟି ବିଚ୍ ସ୍ୟାକ୍ ନିମନ୍ତେ ଟେଣ୍ଡର କରାଯାଇଥିଲା । କିନ୍ତୁ ବିଭିନ୍ନ ବର୍ଗର ବିରୋଧ ପରେ ସରକାର ଏହି ନିଷ୍ପତ୍ତିରୁ ଓହରିଥିଲେ ସୁଦ୍ଧା ୨୦୨୩-୨୪ ଅବକାରୀ ନୀତିରେ ଏହି ବିଚ୍ ସ୍ୟାକକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଥିଲେ ।

Beach

ଗୋପାଳପୁର ବେଳାଭୂମି (ଫାଇଲ ଫଟୋ)

Ordigital Desk
  • Published: Friday, 08 September 2023
  • Updated: 08 September 2023, 10:45 PM IST

Sports

Latest News

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବେଳାଭୂମିଗୁଡ଼ିକରେ ମଦ ପରିବେଷଣ କରିବାକୁ ରାଜ୍ୟ ସରକାର ପୁଣିଥରେ ନିଷ୍ପତ୍ତି ନେଇଛନ୍ତି । ଗତ ୨୦୨୧ ଏପ୍ରିଲ ମାସରେ ରାଜ୍ୟର ବେଳାଭୂମିରେ ଏଭଳି ମଦ ପରିବେଷଣ ନିମନ୍ତେ ଟେଣ୍ଡର ଡାକିଥିବା ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ କଡ଼ା ବିରୋଧ ପରେ ନିଜର ନିଷ୍ପତ୍ତିରୁ ଓହରିବାକୁ ପଡ଼ିଥିଲା । ମାତ୍ର ପ୍ରାୟ ୨ବର୍ଷ ବ୍ୟବଧାନରେ ସରକାର ବେଳାଭୂମିରେ ମଦ ପରିବେଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋପାଳପୁର, ଚାନ୍ଦିପୁର, ତଳସାରି, ପାରାଦୀପ ଓ ସୋନାପୁର ଆଦି ବେଳାଭୂମିରେ ୧୫ଟି ବିଚ୍ ସ୍ୟାକ୍ ସ୍ଥାପନ କରାଯାଇ ଏହି ମଦ ପରିବେଷଣ କରାଯିବ । ରାଜ୍ୟର ସମୁଦ୍ର ଉପକୂଳବର୍ତ୍ତୀ ସହରଗୁଡ଼ିକୁ ଗୋଆ ଢାଂଚାରେ ଗଢ଼ି ତୋଳିବାକୁ ଅତ୍ୟାଧୁନିକ ପ୍ରକଳ୍ପମାନ ପରିକଳ୍ପନା ହୋଇଛି ଓ ସରକାରୀ-ଘରୋଇ ଭାଗିଦାରୀରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବେଳାଭୂମିଗୁଡ଼ିକରେ ମଦ ପରିବେଷଣ ପାଇଁ ନିଷ୍ପତ୍ତି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ଖାରବେଳ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟରେ ପର୍ଯ୍ୟଟନ ଅଭିବୃଦ୍ଧି ଓ ଭିତ୍ତିଭୂମି ବିକାଶ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ତ୍ରିପାଠୀ ବିଭିନ୍ନ ପ୍ରକଳ୍ପଗୁଡ଼ିକର ତୁରନ୍ତ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି । ଉପକୂଳ ଓଡ଼ିଶାରେ ଥିବା ଗୋପାଳପୁର, ଚାନ୍ଦିପୁର, ତଳସାରି, ପାରାଦୀପ ଓ ସୋନାପୁର ଇତ୍ୟାଦି ବେଳାଭୂମିରେ ପ୍ରାୟ ୧୫ଟି ବିଚ୍ ସ୍ୟାକ୍ ନିର୍ମାଣ କରାଯିବ । ଏସବୁ ସ୍ଥାନରେ ବସିବା ପାଇଁ ସ୍ଥାନ ସହ ଶୌଚାଳୟ, ମାର୍କେଟ କମ୍ପେ୍ଲକ୍ସ ଓ ପାର୍କିଂ ଆଦି ନିର୍ମାଣ କରାଯିବ । ରାଜ୍ୟର ସମୁଦ୍ର ଉପକୂଳବର୍ତ୍ତୀ ସହରଗୁଡ଼ିକୁ ଗୋଆ ଢାଂଚାରେ ଗଢ଼ିତୋଳିବାକୁ ଅତ୍ୟାଧୁନିକ ପ୍ରକଳ୍ପଗୁଡ଼ିକୁ ପିପିପି ମୋଡରେ ସମ୍ପୂର୍ଣ୍ଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ସମ୍ବଲପୁର ଜିଲ୍ଲାରେ ହୀରାକୁଦ ବୋଟ୍ କ୍ଳବର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ହୀରାକୁଦ ଜଳଭଣ୍ଡାରରେ ମାସକ ମଧ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବଡ଼ କ୍ରୁଜ୍ ଚଳାଚଳ କରିବ । ପର୍ଯ୍ୟଟନର ବିକାଶ ହେଲେ ଓଡ଼ିଶାର ସାମଗ୍ରିକ ବିକାଶ ହେବ ଓ ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର ପାଇଁ ସୁଯୋଗମାନ ସୃଷ୍ଟି ହେବ ବୋଲି ଦର୍ଶାଇ ଶ୍ରୀ ତ୍ରିପାଠୀ ଲୋକାଭିମୁଖୀ କାର୍ଯ୍ୟଗୁଡ଼ିକ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Also Read

ଉଲ୍ଲେଖଯୋଗ୍ୟ, ୨୦୨୧ ଏପ୍ରିଲ ମାସରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବେଳାଭୂମିରେ ମଦ ପରିବେଷଣ କରିବା ପାଇଁ ଏଭଳି ୨୦ଟି ବିଚ୍ ସ୍ୟାକ୍ ନିମନ୍ତେ ଟେଣ୍ଡର କରାଯାଇଥିଲା । କିନ୍ତୁ ବିଭିନ୍ନ ବର୍ଗର ବିରୋଧ ପରେ ସରକାର ଏହି ନିଷ୍ପତ୍ତିରୁ ଓହରିଥିଲେ ସୁଦ୍ଧା ୨୦୨୩-୨୪ ଅବକାରୀ ନୀତିରେ ଏହି ବିଚ୍ ସ୍ୟାକକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଥିଲେ ।

ରାଜ୍ୟରେ ମଦ କାରବାର ବୃଦ୍ଧି ଯୋଗୁ ଅପରାଧ ହାର ବଢ଼ିବାରେ ଲାଗିଥିବାବେଳେ ରାଜସ୍ୱ ସଂଗ୍ରହ ନିଶାରେ ବେଳାଭୂମିଗୁଡ଼ିକରେ ମଦ ବିକ୍ରି କରି ରାଜ୍ୟ ସରକାର ସାଧାରଣ ଲୋକ ଓ ପର୍ଯ୍ୟଟକମାନଙ୍କ ଜୀବନକୁ ବିପଦକୁ ଠେଲି ଦେବାକୁ ବସିଛନ୍ତି । ଓଡ଼ିଶାକୁ ଗୋଆ ଭଳି ମଦ ଓ ଡ୍ରଗ୍ସର ପେଣ୍ଠସ୍ଥଳ କରିବାର ରାଜ୍ୟ ସରକାରଙ୍କ ପରିକଳ୍ପନା ନିଶ୍ଚିତ ଭାବେ ଆଗାମୀ ଦିନରେ ମହଙ୍ଗା ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story