ଦେବାଶୀଷ ଓ ଶୁଭାଶୀଷଙ୍କୁ ରାଜ୍ୟସଭା ପଠାଇ ପସ୍ତାଉଛି ବିଜେଡି: କଟକ ଓ ପୁରୀ ଆସନରେ ସ୍ଥିତି ଟଳମଳ

ପୁରୀ ଓ କଟକ-ବାରବାଟୀ ଆସନରେ ବିଜେଡିର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଥିବା ଜଣାପଡ଼ିଛି

BJD

ଦେବାଶୀଷ ସାମନ୍ତରାୟ ଓ ଶୁଭାଶୀଷ ଖୁଂଟିଆ

Ordigital Desk
  • Published: Tuesday, 21 May 2024
  • Updated: 21 May 2024, 10:49 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ଦେବାଶୀଷ ସାମନ୍ତରାୟ ଓ ଶୁଭାଶୀଷ ଖୁଂଟିଆଙ୍କୁ ରାଜ୍ୟସଭା ପଠାଇ ଉପକୂଳ ଓଡ଼ିଶାରେ ନିର୍ବାଚନରେ ଫାଇଦା ନେବାକୁ କରିଥିବା ରଣନୀତି ବିଫଳ ହୋଇଛି । ଏପରିକି ଦେବାଶୀଷ ଓ ଶୁଭାଶୀଷଙ୍କୁ ରାଜ୍ୟସଭା ପଠାଇ ଅତିକମରେ ପୁରୀ ବିଧାନସଭା ଓ କଟକ-ବାରବାଟୀ ବିଧାନସଭା ଆସନକୁ ହାତେଇବାକୁ ବିଜେଡି ଯେଉଁ ଷ୍ଟ୍ରାଟେଜି ତାହା ବି ଫେଲ୍ ମାରିବାକୁ ବସିଛି ।  ପୁରୀ ଓ କଟକ-ବାରବାଟୀ ଆସନରେ ବିଜେଡିର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଥିବା ଜଣାପଡ଼ିଛି । ଆଉ ଏହି ଦୁଇ ରାଜ୍ୟସଭା ସାଂସଦ ମଧ୍ୟ ଭବିଷ୍ୟତକୁ

ଦୃଷ୍ଟିରେ ରଖି ଏବେ ଦଳୀୟ ପ୍ରାର୍ଥୀଙ୍କୁ ଆବଶ୍ୟକ ସହଯୋଗ କରୁନଥିବା ଚର୍ଚ୍ଚା ହେଉଛି । ଯାହା ବିଜେଡି ନେତୃତ୍ୱଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ।

Also Read

ସୂଚନା ଅନୁସାରେ, ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ଦୀର୍ଘଦିନ ଧରି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା । ମହେଶ୍ୱର ମହାନ୍ତିଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପୁଅ ସୁନୀଲଙ୍କୁ ଆଗକୁ ଆଣି ବିଜେଡି ଏହି ଆସନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଜୋରଦାର ଉଦ୍ୟମ କରିଥିଲା । ଆଉ ସେଠାରେ ବିଧାୟକ ପାଇଁ ଆଶାୟୀ ଥିବା ଶୁଭାଶୀଷଙ୍କୁ ରାଜ୍ୟସଭା ପଠାଇ ପୁରସ୍କୃତ କରିଥିଲା । ଶୁଭାଶୀଷଙ୍କୁ ରାଜ୍ୟସଭା ପଠାଇବା ପାଇଁ ଦଳର ନିଷ୍ପତ୍ତି ସେତେବେଳେ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଏବେ ପୁରୀରେ ବିଜେଡିକୁ ଆଶାନୁରୂପ ସଫଳତା ମିଳୁନଥିବା ଜଣାପଡ଼ିଛି । ନିଜର ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି ଓ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଜିତାଇବା ବିଜେଡି ପାଇଁ କାଠିକର ପାଠ ହୋଇଛି । ପୁରୀ ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ’ରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା । ଆଉ ବିଜେପି ଭୋଟକୁ କାଂଉଟର କରିବା ପାଇଁ ବିଜେଡିର ଦ୍ୱିତୀୟ ମୁଖ୍ୟ ଭିକେ ପାଣ୍ଡିଆନ ମଧ୍ୟ ପୁରୀ ଜିଲ୍ଲାରେ ଗତକାଲି ରୋଡ୍ ଶୋ’ କରିଥିଲେ । କିନ୍ତୁ ଆଶାନୁରୂପ ଜନସମାଗମ ନହେବାରୁ ବିଜେଡି ଚିନ୍ତାରେ ପଡ଼ିଯାଇଛି । ଶୁଭାଶୀଷଙ୍କୁ ରାଜ୍ୟସଭା ପଠାଇବାର କୌଣସି ସୁଫଳ ଏବେ ଦଳକୁ ପୁରୀ ଜିଲ୍ଲା ତ ଦୂରର କଥା ପୁରୀ ବିଧାନସଭା ଆସନରେ ବି ମିଳୁନଥିବାରୁ ବିଜେଡି ନେତୃତ୍ୱ ନିଜର ନିଷ୍ପତ୍ତିକୁ ନେଇ ପସ୍ତାଇବାରେ ଲାଗିଥିବା ଚର୍ଚ୍ଚା ହେଉଛି ।

ଅନୁରୂପ ଅବସ୍ଥା କଟକ-ବାରବାଟୀ ବିଧାନସଭା ଆସନରେ । ସେଠାରେ ପୂର୍ବରୁ ବିଧାୟକ ଥିବା ଦେବାଶୀଷ ସାମନ୍ତରାୟଙ୍କୁ ବିଜେଡି ଏଥର ରାଜ୍ୟସଭା ପଠାଇ କଟକର ୩ଟି ଯାକ ଆସନରେ ନିଜର ସ୍ଥିତିକୁ ସୁଦୃଢ଼ କରିବ ବୋଲି ରଣନୀତି ପ୍ରସ୍ତୁତ କରିଥିଲା । ମାତ୍ର କଟକ-ବାରବାଟୀରେ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରାଙ୍କୁ ଆବଶ୍ୟକ ସହଯୋଗ କିମ୍ବା ସମର୍ଥନ ମିଳୁନଥିବାରୁ ସେଠାରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ତୁଳନାରେ ପ୍ରକାଶ ପଛରେ ପଡ଼ିଥିବା ଚର୍ଚ୍ଚା ହେଉଛି । ଦେବାଶୀଷ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆବଶ୍ୟକ ସହଯୋଗ ଦେଉନଥିବା ଜଣାପଡ଼ିଛି । କଟକ ମେୟର ସୁବାସ ସିଂ ଓ ଦେବାଶୀଷଙ୍କ ମଧ୍ୟରେ ଲାଗି ରହିଥିବା ଶୀତଳଯୁଦ୍ଧର ପ୍ରଭାବ ନିର୍ବାଚନୀ ପ୍ରଚାରରେ ପଡ଼ୁଥିବା ଯୋଗୁ ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରାଙ୍କ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏପରିକି ବିଜେଡି ନେତା ପାଣ୍ଡିଆନ କଟକରେ ରୋଡ୍ ଶୋ’ କରିବାବେଳେ ଆବଶ୍ୟକ ଜନସମାଗମ ନହେବାରୁ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ କଟକ-ବାରବାଟୀରେ ବିଜେଡି ପ୍ରାର୍ଥୀ ବିଜୟୀ ନହେଲେ ତା’ର ପରିଣାମ ଦେବାଶୀଷଙ୍କୁ ଭୋଗିବାକୁ ପଡ଼ିବ ବୋଲି ପରୋକ୍ଷରେ ଚେତାବନୀ ମଧ୍ୟ ଦେଇଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

କେବଳ ସେତିକି ନୁହେଁ ପଶ୍ଚିମଓଡ଼ିଶାର ଆଦିବାସୀ ନେତା ସନାତନ ବିଶିଙ୍କୁ ରାଜ୍ୟସଭା ପଠାଇ ବିଜେଡି ସାଧାରଣ ନିର୍ବାଚନରେ ଆଦିବାସୀ ଭୋଟ ହାତେଇବାର ସ୍ୱପ୍ନ ଦେଖିଥିଲା । ମାତ୍ର ଚଳିତ ନିର୍ବାଚନରେ ଶ୍ରୀ ବିଶିଙ୍କୁ ପଶ୍ଚିମଓଡ଼ିଶା ତ ଦୂରର କଥା ନିଜ ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ବି ଦେଖିବାକୁ ମିଳିନଥିଲା । ଶ୍ରୀ ବିଶି କେବଳ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ପାଟଣାଗଡ଼ ମଧ୍ୟରେ ସୀମିତ ରହିଥିଲେ । ଅନୁରୂପ ଅବସ୍ଥା ବିଜେଡିର ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ ତାଙ୍କ ନିଜ ଜିଲ୍ଲା ମୟୂରଭଞ୍ଜରେ ବି ତାଙ୍କର ବିଶେଷ ସକ୍ରିୟତା ନଥିବା ଜଣାପଡ଼ିଛି । ସେହିପରି ରାଜସଭା ସାଂସଦ ସୁଲତା ଦେଓଙ୍କୁ ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକାରେ ରଖିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ କେଉଁଠି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିବା ଦେଖିବାକୁ ମିଳିନି । ଏପରିକି ନିଜ ଜିଲ୍ଲା ଯାଜପୁରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରୁ ବି ସୁଲତାଙ୍କୁ ଦଳ ଦୂରେଇ ରଖିଛି । ଆଉ ଗଣମାଧ୍ୟମରେ ଦଳ ପକ୍ଷରୁ ବୟାନ ଦେବାବେଳେ ସୁଲତା ଆବଶ୍ୟକ ହୋମୱାର୍କ କରି ଆସୁନଥିବା ଓ ତାଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଅଭାବ ଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି । ଅନୁରୂପ ସ୍ଥିତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୁନ୍ନା ଖାଁଙ୍କର ହୋଇଛି । ଉଭୟ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ଦଳ ସେମାନଙ୍କୁ ନିର୍ବାଚନୀ ପ୍ରଚାରରେ ଉପଯୋଗ କରିବାକୁ ସାହାସ ଜୁଟାଇ ପାରିନଥିବା ଜଣାପଡ଼ିଛି । କନ୍ଧମାଳ ଦଙ୍ଗା ପାଇଁ ବିଜେପି ସିଧାସଳଖ ସସ୍ମିତଙ୍କ ପିତାଙ୍କ ଭୂମିକାକୁ ଟାର୍ଗେଟ୍ କରିବାପରେ ସେ ବ୍ୟାକଫୁଟରେ ରହିଛନ୍ତି ।
ବିଜେଡି ଯେଉଁ ଅଙ୍କ କଷି ଏହି ନେତାମାନଙ୍କୁ ରାଜ୍ୟସଭା ପଠାଇଥିଲା ଏବେ ସେହି ନେତାମାନେ ଦଳ ଉପରେ ବୋଝ ପାଲଟିଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story