ବୌଦ୍ଧ: ଖଜୁରିପଡା ଗାଁରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବଘିଆ ପଡା ଫାଣ୍ଡି ଅନ୍ତର୍ଗତ ଖଜୁରି ପଡା ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ୧ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ କରିଛି। ଏଥରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ  ଖଜୁରିପଡାର ବାଲେଶ୍ୱର ସାହୁ ଏବଂ ବାଳକୃଷ୍ଣ କହଁର। ସୂଚନାଯୋଗ୍ୟ, ପଡୋଶୀ ରାଜ୍ୟ ଛତିଶ‌ଗଡକୁ ଗଞ୍ଜେଇ ଚାଲାଣ କରିବା ନିମନ୍ତେ ମାଫିଆ ମାନେ ପ୍ରସ୍ତୁତ ହେଉଥିବା ବେଳେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ  ମାଫିଆଙ୍କ ଘରେ […]

gajai

gajai

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 05:49 AM IST

Sports

Latest News

ବୌଦ୍ଧ: ବୌଦ୍ଧ ଜିଲ୍ଲା ବଘିଆ ପଡା ଫାଣ୍ଡି ଅନ୍ତର୍ଗତ ଖଜୁରି ପଡା ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ୧ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ କରିଛି। ଏଥରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ  ଖଜୁରିପଡାର ବାଲେଶ୍ୱର ସାହୁ ଏବଂ ବାଳକୃଷ୍ଣ କହଁର।

ସୂଚନାଯୋଗ୍ୟ, ପଡୋଶୀ ରାଜ୍ୟ ଛତିଶ‌ଗଡକୁ ଗଞ୍ଜେଇ ଚାଲାଣ କରିବା ନିମନ୍ତେ ମାଫିଆ ମାନେ ପ୍ରସ୍ତୁତ ହେଉଥିବା ବେଳେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ  ମାଫିଆଙ୍କ ଘରେ ଚଢାଉ କରିଥିଲା।  ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧ୍ୟକ୍ଷକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos