ଭୁବନେଶ୍ୱର: ଭୁବନେଶ୍ୱର ଆଇଆରସି ଭିଲେଜ୍ ନିକଟସ୍ଥ ଗାନ୍ଧି ମାର୍କେଟରେ ଥିବା ଏକ ଗେଷ୍ଟ ହାଉସରେ ଏକ ହାଇପ୍ରୋଫାଇଲ ସେକ୍ସ ରାକେଟ୍ ଠାବ କରିଛି ନୟାପଲ୍ଲୀ ଥାନା ପୋଲିସ୍ । ଏହି ଘଟଣାରେ ପୋଲିସ୍ ୪ଜଣ ଝିଅଙ୍କୁ ଉଦ୍ଧାର କରିଥିବା ବେଳେ ୭ଜଣଙ୍କୁ ଗିରଫ କରିଛି । ପୋଲିସ୍ ଉଦ୍ଧାର କରିଥିବା ୪ଜଣ ଝିଅଙ୍କ ମଧ୍ୟରୁ ଜଣେ ବଲିଉଡର ପାଶ୍ୱ ଅଭିନେତ୍ରୀ ଥିବା ଜଣାପଡିଛି । ଏହି ଘଟଣାରେ ସଂପୃକ୍ତ ଥିବା ସୁନୀଲ ମେହର ଘଟଣାସ୍ଥଳରୁ ଖସି ପଳାଇଛି । ଘଟଣାସ୍ଥଳରୁ ପୋଲିସ୍ ୨ଟି କାର ଜବତ କରିଛି। ଏହି ହାଇପ୍ରୋଫାଇଲ ସେକ୍ସ ରାକେଟ୍ ସଂପର୍କର ପୋଲିସର ଅଧିକ ଖୋଳତାଡ ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଯୁବତୀମାନେ କୋଲକାତା ଏବଂ ମୁମ୍ୱାଇର ଥିବା ଜଣାପଡିଛି। ସୁନୀଲ ମେହେର ଏମାନଙ୍କୁ ୧୦ଦିନ ପାଇଁ କଣ୍ଟ୍ରାକ୍ଟରେ ଆଣି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା । ପୂର୍ବରୁ ହାଇପ୍ରୋଫାଇଲ ସେକ୍ସ ରାକେଟ୍ କାରବାର ଅଭିଯୋଗରେ ଅନେକ ଥର କମିଶନରେଟ ପୋଲିସ ହାତରେ ସୁନୀଲ ମେହେର ଧରାପଡିଛି। ଜେଲରୁ ବାହାରିବାପରେ ପୁଣି ଏଭଳି କାରବାରରେ ସଂପୃକ୍ତ ରହୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଓଡ଼ିଶାରେ ଅନଲାଇନ୍ ଗେମ: ୩ ବର୍ଷରେ ୮ରୁ ଅଧିକ ଆତ୍ମହତ୍ୟା!
୨୦୨୩ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ ୩୫.୭ ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର ୩୩ ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ ୧୯୫୫ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
୧୫ ମିନିଟ ଛଟପଟ ହେବା ପରେ ଆଖି ବୁଜିଥିଲେ ପୂର୍ବତନ ଡିଜିପି!
ଓମ ପ୍ରକାଶ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀକୁ ପଲ୍ଲବୀ ପ୍ରଥମେ ତାଙ୍କ ବେକରେ ଭୁଷି ଦେଇଥିଲେ।

Crime
ରାକ୍ଷସକୁ ମାରି ଦେଲି: କାହିଁକି ପୂର୍ବତନ ଡିଜିପିଙ୍କୁ ହତ୍ୟା କଲେ ପତ୍ନୀ ପଲ୍ଲବୀ?
ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

Crime
ଅନଲାଇନ ଗେମ୍: କିଏ କୋଟିପତି, କିଏ କାଙ୍ଗାଳ!
2023ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ 35.7 ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର 33 ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ 1955ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
ଚର୍ଚ୍ଚାରେ ରାଜଧାନୀର ‘ଲେଡି ଡନ୍’
ପୁଲିସ୍ ହତ୍ୟା ଘଟଣାରେ ଜିକ୍ରା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ଅଭିଯୁକ୍ତଙ୍କ ସହ ମିଶି ପୂରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ଓ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।