Advertisment

ଫେରିଲା ତାତି: ୧୪ଟି ସହରର ତାପମାତ୍ରା ୪୦ ଟପିଲା

ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ବୌଦ୍ଧରେ।

author-image
Jitendra Garnayak
HeatWave

HeatWave

ବେଶ୍ କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ତାତି। ଏପ୍ରିଲ ମାସରେ ପ୍ରାୟ ଦୁଇ ସପ୍ତାହ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ (କିଛି ସ୍ଥାନରେ ୪୪ ଡିଗ୍ରୀ ଟପି ଯାଇଥିଲା) ରହିଥିବା ବେଳେ ଲୋକେ ଅସହ୍ୟ ଗରମରେ ସନ୍ତୁଳି ହୋଇଯାଇଥିଲେ। ତା’ପରେ ବିଭିନ୍ନ ସମୟରେ କାଳବୈଶାଖୀ ବର୍ଷା ଯୋଗୁ ପ୍ରାୟ ଦୁଇ ସପ୍ତାହ ଧରି ଖରାରୁ ରକ୍ଷା ପାଇଥିଲେ ଲୋକେ। କିନ୍ତୁ ଏବେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟର ୧୪ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ବୌଦ୍ଧରେ। ଏଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରହିଥିଲା।

Advertisment

ସେହିପରି ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୧.୬, ରାଉରକେଲାରେ ୪୧.୪, ଅନୁଗୋଳରେ ୪୧.୧, ସୁନ୍ଦରଗଡ଼ରେ ୪୧, ତାଳଚେରରେ ୪୦.୮, ବଲାଙ୍ଗିରରେ ୪୦.୫, ଜଗତସିଂହପୁରରେ ୪୦.୫, ଚାନ୍ଦବାଲିରେ ୪୦.୨, ଟିଟିଲାଗଡ଼ରେ ୪୦, ସୋନପୁରରେ ୪୦, ନୟାଗଡ଼ରେ ୪୦ ଓ କେନ୍ଦ୍ରାପଡ଼ାରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ଆଜି ୩୮.୨ ଡିଗ୍ରୀ ରହିଥିବା ବେଳେ କଟକରେ ୩୯.୫, ହୀରାକୁଦରେ ୩୯.୯, ବରଗଡ଼ରେ ୩୯.୫, ନୂଆପଡ଼ାରେ ୩୯.୪, ଭବାନୀପାଟଣାରେ ୩୯, ଦେବଗଡ଼ରେ ୩୯, ମାଲକାନଗିରିରେ ୩୯, ଢେଙ୍କାନାଳରେ ୩୮.୧, ଯାଜପୁରରେ ୩୮, ଫୁଲବାଣୀରେ ୩୭.୯, ଭଦ୍ରକରେ ୩୭.୩, ପାରଳାଖେମୁଣ୍ଡିରେ ୩୭.୨, ବାରିପଦା, ଛତ୍ରପୁର, ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦୁଝରରେ ୩୭ ଡିଗ୍ରୀ ଲେଖାଏ ରହିଥିଲା।

Advertisment

ନବରଙ୍ଗପୁରରେ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଗୋପାଳପୁରରେ ୩୫.୪, ପୁରୀରେ ୩୫, କୋରାପୁଟରେ ୩୪.୫, ପାରାଦୀପରେ ୩୩.୮ ଓ ଦାରିଙ୍ଗବାଡ଼ିରେ ୩୩ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଅନ୍ୟପକ୍ଷରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଘନୀଭୂତ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପୂର୍ବାନୁମାନ ଅନୁସାରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବାତ୍ୟା। ୧୨ ତାରିଖ ପରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବ। ବାତ୍ୟା ବାଂଲାଦେଶ ଓ ମିଆଁମାର ଉପକୂଳ ଛୁଇଁପାରେ। ତେବେ ବର୍ତ୍ତମାନ ସ୍ଥିତିରେ ଓଡ଼ିଶା ପାଇଁ କିଛି ୱାର୍ଣ୍ଣିଂ ନାହିଁ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

Heat Wave Heat Wave In Odisha Weather Report Weather Update