Advertisment

Odisha Election 2024 Results Live Updates: ବିଜେପିକୁ ବହୁମତ, ବିଜେଡି ଚିତପଟାଙ୍ଗ

ଆସିଛି ଫଳାଫଳ । ସତ ହୋଇଛି ବିଜେପି ନେତାଙ୍କ କଥା । ସତ ହୋଇଛି ଏକଜିଟ୍‌

ଅଦ୍ୟତନ ହୋଇଛି
Odisha Election 2024 Results Live Updates odisha reporter

Odisha Election 2024 Results Live Updates

Advertisment

 ଆସିଛି ଫଳାଫଳ । ସତ ହୋଇଛି ବିଜେପି ନେତାଙ୍କ କଥା । ସତ ହୋଇଛି ଏକଜିଟ୍‌ ପୋଲ୍‌ ରିପୋର୍ଟ। ରାଜ୍ୟରେ ବହୁମତ ହାସଲ କରିଛି ବିଜେପି । ମାଟି କାମୁଡ଼ିଛି ୨୫ ବର୍ଷ ଧରି ରାଜ୍ୟକୁ ଶାସନ କରୁଥିବା ବିଜେଡି । ପ୍ରଥମ ଥର ପାଇଁ ପରାଜୟର ମୁହଁ ଦେଖିଛନ୍ତି ନବୀନ । ଅଧିକ ଖବର ଜାଣିବା ପାଇଁ ଲଗ ଇନ୍‌ କରନ୍ତୁ  odishareporter.in

Advertisment
  • Jun 05, 2024 14:41 IST

    ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ସରକାର ଗଠନ ପାଇଁ ସେ ଆଜି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରି ଦେଇଛନ୍ତି...ଆହୁରି ପଢ଼ନ୍ତୁ

  • Jun 05, 2024 14:26 IST

    ସରକାର ଆସିବା ମାତ୍ରେ ଯାହା କହିଥିଲୁ ତାହା କରିବୁ: ମନମୋହନ ସାମଲ

  • Jun 05, 2024 13:50 IST

    ଦେଖା ମିଳୁନାହାନ୍ତି ପାଣ୍ଡିଆନ; ସନ୍ନ୍ୟାସ ନେଲେ କି?

    ବିଜେଡି ଦୁର୍ଗ ଭୁଷୁଡିବା ପରେ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭି.କେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି। ନିର୍ବାଚନୀ ଫଳାଫଳ ବାହାରିବା ପରଠୁ ପାଣ୍ଡିଆନ ଅଦୃଶ୍ୟ ହୋଇଯାଇଛନ୍ତି। ...ଆହୁରି ପଢ଼ନ୍ତୁ

  • Jun 05, 2024 13:48 IST

    ବାହୁବଳୀ ନେତାଙ୍କୁ ଟକ୍କର ଦେଲେ ସ୍ୱାଧୀନ ପ୍ରାର୍ଥୀ; ୩ ଜିତିଲେ, ଜଣେ ଫେଲ୍‌ ମାରିଲେ

    ୨୦୨୪ ନିର୍ବାଚନରେ ପୁରୁଖା ଦଳୀୟ ପ୍ରାର୍ଥୀଙ୍କ ସହ କଡ଼ା ଟକ୍କର ଦେଇ ଚର୍ଚ୍ଚାରେ ରହିଛନ୍ତି ୪ ସ୍ୱାଧୀନ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୩ ଜଣ ନିର୍ବାଚନୀ ବୈତରଣୀ ପାର ହୋଇ ଯାଇଥିବା ବେଳେ ହାରି ଯାଇଛନ୍ତି ଜଣେ ପ୍ରାର୍ଥୀ। ... ଆହୁରି ପଢ଼ନ୍ତୁ

  • Jun 05, 2024 13:30 IST

    ଜୁନ୍‌ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି

    ଦେଶରେ ଏଥର ମୋଦି-୩.୦। ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ସେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ଜୁନ୍‌ ୮ ତାରିଖ ସନ୍ଧ୍ୟାରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି...ଆହୁରି ପଢ଼ନ୍ତୁ

  • Jun 05, 2024 13:04 IST

    ବାଚସ୍ପତି ସହ ପ୍ରମୁଖ ମନ୍ତ୍ରଣାଳୟ ମାଗିପାରନ୍ତି ଚନ୍ଦ୍ରବାବୁ ନାଇଡୁ

    ଆଜି ଦିଲ୍ଲୀରେ ଏନ୍‌ଡିଏର ଗୁରତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଚନ୍ଦ୍ରବାବୁ ନାଇଡୁ ଯୋଗ ଦେବା ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ତେବେ ଏହି ବୈଠକରେ ଯୋଗ ଦେଇ ଲୋକସଭା ବାଚସ୍ପତି ସମେତ ଅନେକ ପ୍ରମୁଖ ମନ୍ତ୍ରଣାଳୟ ପାଇଁ ଚନ୍ଦ୍ରବାବୁ ନାଇଡୁ ଦାବି କରିପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି...ଆହୁରି ପଢ଼ନ୍ତୁ

  • Jun 05, 2024 12:57 IST

    ମିଶନ ଓଭର୍, ଚାପ୍ଟର କ୍ଲୋଜ୍: ନବନିର୍ବାଚିତ ସାଂସଦ ପ୍ରଦୀପ ପାଣିଗ୍ରାହୀ

  • Jun 05, 2024 12:40 IST

    କେନ୍ଦ୍ରାପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ ପଣ୍ଡା

  • Jun 05, 2024 12:19 IST

    'ନବୀନ ଶାସନ'ର ଅନ୍ତ ଘଟିଲା, ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

    ୫ ଥରର ମୁଖ୍ୟମନ୍ତ୍ରୀ ଏବେ ପାଲଟିଗଲେ ଇତିହାସ । ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେବା ପରେ ନବୀନ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଥିସହ ତାଙ୍କର ବର୍ତ୍ତମାନର ପରିଚୟ କେବଳ ବିଧାୟକ । ... ଆହୁରି ପଢ଼ନ୍ତୁ

  • Jun 05, 2024 12:11 IST

    NDA ଓ INDIA ବୈଠକ: ଗୋଟିଏ ବିମାନରେ ନୀତୀଶ-ତେଜସ୍ୱୀ

    ଗୋଟିଏ ବିମାନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଆଗ ପଛ କରି ବସିଛନ୍ତି ଏହି ଦୁଇ ନେତା। ଉଭୟ ମିଶି ଦିଲ୍ଲୀ ଅଭିମୁଖେ ବହାରିଛନ୍ତି...ଆହୁରି ପଢ଼ନ୍ତୁ

  • Jun 05, 2024 11:56 IST

    ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

    ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଆଜି ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ... ଆହୁରି ପଢ଼ନ୍ତୁ

  • Jun 05, 2024 11:56 IST

    ଉପ ନିର୍ବାଚନରେ ପାସ୍‌, ନିର୍ବାଚନରେ ଫେଲ୍‌

    ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରଦୀପ ମହାରଥୀ (ବିଜେଡି), କିଶୋର ମହାନ୍ତି (ବିଜେଡି), ନବ କିଶୋର ଦାସ (ବିଜେଡି), ବିଜୟ ରଞ୍ଜ ସିଂହ ବରିହା (ବିଜେଡି) ଓ ବିଷ୍ଣୁ ଚରଣ ସେଠୀ (ବିଜେପି) ପ୍ରମୁଖ ବିଧାନସଭାକୁ ବିଜୟୀ ହୋଇଥିଲେ।... ଆହୁରି ପଢ଼ନ୍ତୁ

  • Jun 05, 2024 11:54 IST

    ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନବୀନ ପଟ୍ଟନାୟକ

  • Jun 05, 2024 10:31 IST

    ସୁରଙ୍କୁ ଶକ୍ତ ଧକ୍କା; ମାଟି କାମୁଡ଼ିଲେ ଦୁଇ ପୁଅ

    ଏଥର ନିର୍ବାଚନ ଫଳାଫଳ କାହାର ସ୍ୱପ୍ନ ପୂରଣ କରିଛି ତ କାହାର ଆଶାକୁ ଧୂଳିସାତ କରିଛି। କିଏ ଜିତିଛି ତ କିଏ ମାଟି କାମୁଡ଼ିଛି। ହେଲେ ସବୁଠୁ ଅଧିକ କ୍ଷତି ସହିଛନ୍ତି ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ । ... ଆହୁରି ପଢ଼ନ୍ତୁ

  • Jun 05, 2024 10:30 IST

    ରେକର୍ଡରୁ ବଞ୍ଚିତ ହେଲେ ନବୀନ

    ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ସରକାରର ପତ୍ତନ ହୋଇଛି। ଏହାସହିତ ଏକ ରେକର୍ଡରୁ ବଞ୍ଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।... ଆହୁରି ପଢ଼ନ୍ତୁ

  • Jun 05, 2024 10:20 IST

    ସରକାର ଗଢ଼ିବେ ନା ବିରୋଧୀରେ ବସିବେ, ଆଜି INDIA ବ୍ଲକର ବୈଠକ

    ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଆଗକୁ ରଣନୀତି କ'ଣ ହେବ ତାକୁ ନେଇ ଆଜି ଇଣ୍ଡି ଆଲାଏନ୍ସର ବୈଠକ ବସିବାକୁ ଯାଇଛି। ଆଜି ସନ୍ଧ୍ୟାରେ ଏହି ବୈଠକ କରିବା କାର୍ଯ୍ୟକ୍ରମ ରହିଛି...ଆହୁରି ପଢ଼ନ୍ତୁ

  • Jun 05, 2024 09:59 IST

    ସ୍ୱାମୀ-ସ୍ତ୍ରୀ ଜିତିଲେ; ସ୍ୱାମୀ-ସ୍ତ୍ରୀ ହାରିଲେ

    ଘଟିଛି ଅପେକ୍ଷାର ଅନ୍ତ। ବାହାରିଛି ଫଳାଫଳ। ରାଜ୍ୟ ରାଜନୀତିରେ କିଏ ବିଜୟର ସ୍ୱାଦ ଚାଖିଥିବା ବେଳେ ଆଉ କାହାର ହୋଇଛି ପରାଜୟ।... ଆହୁରି ପଢ଼ନ୍ତୁ

  • Jun 05, 2024 09:58 IST

    ଲୋକସଭା ଆସନ ପୋଛିନେଲା ପଦ୍ମ; ଖାତା ଖୋଲିପାରିଲାନି ବିଜେଡି

    ଓଡ଼ିଶା ଲୋକସଭା ଆସନରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି। ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟି ସିଟ୍ ଏକାକୀ ଜିତିଛି ବିଜେପି।... ଆହୁରି ପଢ଼ନ୍ତୁ

  • Jun 05, 2024 09:56 IST

    ଇସ୍ତଫା ଦେବାକୁ ଆଜି ରାଜଭବନ ଯିବେ ନବୀନ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ରହିଛି। ଜୁନ୍ ୪ ତାରିଖରେ ଏକ୍ସପାରୀ ହୋଇଛି ବିଜେଡି ସରକାର। ଦଳ ପରାସ୍ତ ହୋଇଛି। ଆହୁରି ପଢ଼ନ୍ତୁ ...

  • Jun 05, 2024 09:50 IST

    କିଛି କ୍ଲିକ୍‌ କଲେ, କିଛି ଫ୍ଲପ୍‌ ହେଲେ

    ଗ୍ଲାମର ଦୁନିଆର ବହୁ ଅଭିନେତା, ଅଭିନେତ୍ରୀ ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ କିଛି ଜଣ କ୍ଲିକ୍‌ କରିଥିବା ବେଳେ ଆଉ କିଛି ପାଲଟିଗଲେ ସୁପର ଫ୍ଲପ୍‌। ... ଆହୁରି ପଢ଼ନ୍ତୁ

  • Jun 05, 2024 09:49 IST

    ୭ ଲକ୍ଷରୁ ଅଧିକ ଭୋଟ୍‌ରେ ଜିତିଲେ କିର୍ତ୍ତୀ ଆଜାଦ

    ରାଜନୀତି ମୈଦାନରେ ପୂର୍ବତନ କ୍ରିକେଟର କିର୍ତ୍ତୀ ଆଜାଦ ମାରିଲେ ଛକା। ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଟିଏମ୍‌ସି ଟିକେଟ୍‌ରୁ ନିର୍ବାଚନ ଲଢ଼ି ଜିତିଛନ୍ତି କିର୍ତ୍ତୀ ଆଜାଦ। ୭ ଲକ୍ଷରୁ ଅଧିକ ଭୋଟ୍‌ରେ ସେ ବିଜୟ ହାସଲ କରିଛନ୍ତି...ଆହୁରି ପଢ଼ନ୍ତୁ

  • Jun 05, 2024 09:25 IST

    ନୋଟାକୁ ମିଳିଛି ୨ ଲକ୍ଷରୁ ଅଧିକ ଭୋଟ୍‌

    ଏନ୍‌ଡିଏ କି କଂଗ୍ରେସ ନୁହେଁ ଚଳିତ ଲୋକସଭା ନିର୍ବାଚନରେ ଇନ୍ଦୋରରେ ନୋଟା(ନନ୍ ଅଫ୍ ଦ ଏବଭ୍)କୁ ମିଳିଛି ୨ ଲକ୍ଷରୁ ଅଧିକ ଭୋଟ୍‌। ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ନିର୍ବାଚନରେ ନୋଟାକୁ ୨,୦୨,୨୧୨ ଭୋଟ୍ ମିଳିଥିବା ସୂଚନା ମିଳିଛି...ଆହୁରି ପଢ଼ନ୍ତୁ

  • Jun 05, 2024 09:08 IST

    ୧୦ ବର୍ଷ ପରେ ରାଜସ୍ଥାନ ଓ ଗୁଜରାଟରେ ଖାତା ଖୋଲିଛି କଂଗ୍ରେସ

    କଂଗ୍ରେସର ଗେନିବେନ ଠାକୋର ଗୁଜରାଟର ବନାସକାଣ୍ଠା‌ରେ ଜିତିଛନ୍ତି। ବିଜେପିର ରେଖା ଚୌଧାରୀଙ୍କୁ ସେ ହରାଇଛନ୍ତି। କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତି ଗୁଜରାଟରେ ଖାତା ଖୋଲିପାରିଛି...ଆହୁରି ପଢ଼ନ୍ତୁ

  • Jun 05, 2024 09:07 IST

    ବରବାଦ କଲା ଡବଲ ଟିକେଟ, ହାତରୁ ଖସିଗଲା ୬ ଆସନ

    ପରିବାର ପିଛା ଡବଲ ଟିକେଟ ଦେବା ବିଜେଡିକୁ ମହଙ୍ଗା ପଡ଼ିଛି। ୩ଟି ପରିବାରର ୨ ଜଣ ଲେଖାଏଁ କରି ୬ ଜଣ ଟିକେଟ ପାଇଥିଲେ ବି ସମସ୍ତେ ଶୋଚନୀୟ ଭାବେ ମାଟି କାମୁଡ଼ିଛନ୍ତି।... ଆହୁରି ପଢ଼ନ୍ତୁ

  • Jun 05, 2024 08:44 IST

    ମୋଦିଙ୍କ ହ୍ୟାଟ୍ରିକ୍‌, ଶୁଭେଚ୍ଛା ଜଣାଇଲେ ମେଲୋନିଙ୍କ ଠାରୁ ଆରମ୍ଭ କରି ମୁଇଜ୍ଜୁ

    ହ୍ୟାଟ୍ରିକ୍ ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଢିବାକୁ ଯାଉଛି। ଯଦିଓ ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି...ଆହୁରି ପଢ଼ନ୍ତୁ

  • Jun 05, 2024 08:19 IST

    ସମଦଶା ଭୋଗିଲେ ତିନି ଦଳର ସଭାପତି

    ୩ ଦଳର ସଭାପତି ଏହି ନିର୍ବାଚନରେ ଜନମତକୁ ନିଜ ସପକ୍ଷରେ ନେଇ ନ ପାରି ପରାଜିତ ହୋଇଛନ୍ତି। ହେଲେ ଏହି ନିର୍ବାଚନରେ ଲଢ଼େଇ କରୁଥିବା ୩ ଦଳର ମୁଖିଆମାନଙ୍କୁ ପରାଜୟର ସାମ୍‌ନା କରିବାକୁ ପଡ଼ିଛି। ... ଆହୁରି ପଢ଼ନ୍ତୁ

  • Jun 05, 2024 08:14 IST

    ମା' ସୋନିଆଙ୍କ ରେକର୍ଡ ଭାଙ୍ଗିଲେ ରାହୁଲ

    ମା' ସୋନିଆ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନ‌ରେ ବିପୁଳ ଭୋଟ୍‌ରେ ବିଜୟୀ ‌ହୋଇଛନ୍ତି...ଆହୁରି ପଢ଼ନ୍ତୁ

  • Jun 04, 2024 23:01 IST

    ସମ୍ୱଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ଭୁବନେଶ୍ୱରରୁ ଅପରାଜିତା

    ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଲୋକସଭା ଆସନ ଭାବେ ପରିଚିତ ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜଧାନୀ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ ଜିତିଛନ୍ତି ... ଅଧିକ ପଢ଼ନ୍ତୁ

  • Jun 04, 2024 22:42 IST

    ଏମାନେ ଜିତିଲେ

    ଆନନ୍ଦପୁର - ଅଭିମନ୍ୟୁ ସେଠୀ (ବଜେଡି)

    ଅନୁଗୁଳ - ପ୍ରତାପ ପ୍ରଧାନ (ବିଜେପି)

    ଆସିକା - ସରୋଜ ପାଢ଼ୀ (ବିଜେପି) ...... ଅଧିକ ପଢନ୍ତୁ 

  • Jun 04, 2024 21:37 IST

    ମନ୍ମଥଙ୍କୁ ଚକ୍‌ମା ଦେଇ ବିଜୟୀ ହେଲେ ଅପରାଜିତା

  • Jun 04, 2024 21:36 IST

    ଜିତିଲେ ମାଳବିକା ଦେବୀ

  • Jun 04, 2024 21:35 IST

    ବିଜେଡି ବିପର୍ଯ୍ୟୟ: ନବୀନ ଓ ବିଜେଡିକୁ ମହଙ୍ଗା ପଡ଼ିଲା ‘ପାଣ୍ଡିଆନ’ ସାଇଡ୍ ଇଫେକ୍ଟ , ପରାଜୟର ୯ ପ୍ରମୁଖ କାରଣ

    ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ନିଜ ଦମରେ ସରକାର ଗଢ଼ିବାକୁ ଯାଉଛି। ...... ଆହୁରି ପଢନ୍ତୁ 

  • Jun 04, 2024 21:34 IST

    ଲକ୍ଷାଧିକ ଭୋଟ୍‌ରେ ପ୍ରଣବଙ୍କୁ ହରାଇଲେ ଧର୍ମେନ୍ଦ୍ର

  • Jun 04, 2024 21:13 IST

    ଅଧୀର ରଞ୍ଜନ ଚୌଧୁରୀଙ୍କୁ ହରାଇଲେ ୟୁସୁଫ ପଠାନ

    ତାଙ୍କୁ ପୂର୍ବତନ କ୍ରିକେଟର ତଥା ଟିଏମସିର ୟୁସୁଫ ପଠାନଙ୍କ ଠାରୁ ହାରିବାକୁ ପଡ଼ିଛି। ସେ ଅଧୀନର ରଞ୍ଜନଙ୍କୁ ୮୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି... ଆହୁରି ପଢ଼ନ୍ତୁ

  • Jun 04, 2024 21:13 IST

    ପ୍ରଧାନମନ୍ତ୍ରୀ କହିଲେ ଓଡ଼ିଶାରେ ପ୍ରଥମ ଥର ହେବ ବିଜେପି ସରକାର

  • Jun 04, 2024 21:07 IST

    ପ୍ରଥମ ଥର ପାଇଁ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଓ ବଲାଙ୍ଗିର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ୁଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା ... ଅଧିକ ପଢ଼ନ୍ତୁ

  • Jun 04, 2024 20:23 IST

    ଗଠନ ହେବ ନୂଆ ଓଡ଼ିଶା: ବୈଜୟନ୍ତ

  • Jun 04, 2024 20:20 IST

    ଐତିହାସିକ ମୁହୂର୍ତ୍ତ: ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି

    ବର୍ତ୍ତମାନ ସୁଦ୍ଧା ଏନଡିଏ ୨୯୦ଟି ଆସନରେ ଆଗରେ ଥିବା ବେଳେ ଇଣ୍ଡିଆ ୨୩୫ ଓ ଅନ୍ୟାନ୍ୟ ଦଳ ୨୮ଟି ଆସନ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି... ଆହୁରି ପଢ଼ନ୍ତୁ

  • Jun 04, 2024 20:09 IST

    ନବାଗତଙ୍କଠୁ ହାରିଲେ ୧୨ ମନ୍ତ୍ରୀ

    ଚଳିତ ନିର୍ବାଚନରେ ରାଜ୍ୟର ୧୨ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି । ବିଜେପିର ସମସ୍ତ ନବାଗତ(କେବେବି ବିଧାୟକ କି ସାଂସଦ ହୋଇନାହାନ୍ତି)ଙ୍କଠୁ ଏହି ମନ୍ତ୍ରୀମାନେ ପରାଜିତ ହୋଇଛନ୍ତି ।..... ଆହୁରି ପଢନ୍ତୁ 

  • Jun 04, 2024 20:07 IST

    ତାରା ବାହିନୀପତି ବିଜୟୀ

  • Jun 04, 2024 19:55 IST

    ସରାକର ଗଠନ କରିବ କି ଇଣ୍ଡିଆ? ଜାଣନ୍ତୁ ପୂରା ସଂଖ୍ୟା

    ବିଜେପି ସହ ମେଣ୍ଟ କରିଥିବା ଟିଡିପି ଓ ଜେଡିୟୁ ଉଭୟ ଇଣ୍ଡିଆ ବ୍ଲକକୁ ଆଡ଼କୁ ଆସିପାରନ୍ତି ବୋଲି ସୂଚନା ମିଳିଛି। ତଥାପି ଆସନ୍ତାକାଲି ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ବସି ସବୁ କିଛି ଚୂଡ଼ାନ୍ତ ହେବ... ଆହୁରି ପଢ଼ନ୍ତୁ

  • Jun 04, 2024 19:42 IST

    ରାଜ୍ୟ ବିଜେପିର ସେଲିବ୍ରେସନ

  • Jun 04, 2024 19:37 IST

    ମହେଶ ହାରିଲେ, ସୀମାରାଣୀ ଜିତିଲେ

  • Jun 04, 2024 19:24 IST

    ଅଶୋକ ଜିତିଲେ

  • Jun 04, 2024 19:21 IST

    କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବିଜୟୀ

  • Jun 04, 2024 19:17 IST

    ପ୍ରଶାନ୍ତ ଜଗଦ୍ଦେବଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ

  • Jun 04, 2024 19:09 IST

    ବିଭୂତି ଜେନା ବିଜୟୀ

  • Jun 04, 2024 19:07 IST

    ଜିତିଲେ ନବୀନ ପଟ୍ଟନାୟକ

  • Jun 04, 2024 19:05 IST

    ଗଞ୍ଜାମ ଜିଲ୍ଲାରେ ବିଜେପିର କ୍ଲିନସୁଇପ୍‌, ନିଜ ସିଟ୍ ବଞ୍ଚାଇବାକୁ ନବୀନ କଲେ ସଂଘର୍ଷ

    ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଆସନକୁ କଂଗ୍ରେସ ପୁଣିଥରେ ନିଜ ପାଖରେ ରଖିଛି । ଦଳର ବିଧାୟକ ରମେଶ ଚନ୍ଦ୍ର ଜେନା ୧୦୬୬୨ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ପରାଜିତ କରିଛନ୍ତି ... ଅଧିକ ପଢ଼ନ୍ତୁ

  • Jun 04, 2024 19:03 IST

    ରାଏବରେଲୀ ପରେ ୱାୟନାଡରୁ ବି ଜିତିଲେ ରାହୁଲ ଗାନ୍ଧି

    ପ୍ରଥମେ ସେ ଗାନ୍ଧି ପରିବାରର ଗଡ଼ ରାଏବରେଲୀରୁ ଏକତରଫା ବିଜୟ ହାସଲ କରିଥିଲେ। ଏବେ ୱାୟନାଡରୁ ବି ସେ ବାଜିମାରିଛନ୍ତି... ଆହୁରି ପଢ଼ନ୍ତୁ

BjD Bjp Congress General Election 2024 Odisha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe